Friday , September 22 2023
Breaking News
Home / ତାଜା ଖବର / BREAKING NEWS : ଲୁଟ ପାଟ୍ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ପିସିଆର ଆତରେ ଧରାପଡ଼ିଲେ ୩ ହାଇୱେ ଲୁଟେରା

BREAKING NEWS : ଲୁଟ ପାଟ୍ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ପିସିଆର ଆତରେ ଧରାପଡ଼ିଲେ ୩ ହାଇୱେ ଲୁଟେରା

ଭୁବନେଶ୍ୱର,୨୮/୦୯/୨୦୨୧(ଓଡ଼ିଶା ସମାଚାର)- ବାଣୀବିହାର ଓ ରସୁଲଗଡ ରାସ୍ତାରେ  ଚଳାଚଳ କରୁଥିବା ଗାଡ଼ିକୁ ଅଟକାଇ ଲୁଟ୍ କରିବାକୁ ଉଦ୍ୟମ କରିବା ପୂର୍ବରୁ  ପିସିଆର ହାତରେ ଧରାପଡ଼ିଛନ୍ତି ୩ ହାଇୱେ ଲୁଟେରା । ଆଜି  ଭୋର ସମୟରେ  ଗିରଫ ହୋଇଥିବା ଏହି ତିନି ଲୁଟେରା  ପିସ୍ତଲ ଧରି  ବାଣୀବିହାର ଓ ରସୁଲଗଡ ରାସ୍ତାର ସତସଙ୍ଗ ବିହାର ନିକଟରେ ଏହି ରାସ୍ତାରେ ଯାତାୟତ କରୁଥିବା ଗାଡ଼ି ଙ୍କୁ ଅଟକାଇ ଲୁଟ ପାଟ ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସବୁ ବିଗିଡ଼ିଗଲା । ହଠାତ୍ ପିସିଆର ପହଂଚି ଯିବାରୁ ସେମାନେ ଘଟଣା ସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ପିସିଆର ରେ ଥିବା ପୋଲିସ କର୍ମଚାରୀ ଏହି ତିନି ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲେ । ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ବାଇକ ଜବତ କରାଯାଇଛି।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *