ପୁରୀ, ୨୮/୦୯/୨୦୨୧(ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ବିଷ୍ଫୋରଣ ଘଟି ଥାନା ବିଲଡ଼ିଙ୍ଗ ଭୁଷୁଡ଼ି ପଡ଼ିଛି । ଖବର ପାଇ ଏସପି କନୱାର ବିଶାଲ ସିଂ ପହଂଚି ଘଟଣାର ଅନୁଧ୍ୟାନ କରିଛନ୍ତି । ରଖାଯାଇଥିବା ଜବତ କିଛି ବାଣ କିମ୍ବା ବିଷ୍ଫୋରକ କିମ୍ବା ବ୍ୟାଟେରୀ ବିଷ୍ଫୋରଣ ଘଟି ଥାନା ବିଲଡ଼ିଙ୍ଗ ର କାନ୍ଥ , ଛାତ ଭୁଷୁୁଡ଼ି ପଡ଼ିବା ଫଳରେ ଥାନାର କାଗଜପତ୍ର , କମ୍ପ୍ୟୁଟର ଆଦି ସମସ୍ତ ଆସବାବପତ୍ର ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି । ବିଷ୍ଫୋରଣ ର ଶବ୍ଦ ଏତେ ଅଧିକ ଥିଲା ଯେ ଆଖ ପାଖ ଅଂଚଳର ଲୋକେ ଭୟଭିତ ହୋଇଯାଇଥିଲେ । ବିଷ୍ଫୋରଣ ରେ ଥାନା ବିଲଡ଼ିଙ୍ଗ ଭୁଲୁଡ଼ି ପଡ଼ିଛି । ତେବେ ଥାନା ଉପରକୁ ବୋମା ମାଡ଼ କରାଯାଇଥିବା ଅଂଚଳର କିଛି ଲୋକ କହୁଛନ୍ତି । ଓଡ଼ିଶା ସମାଚାର