Saturday , October 16 2021
Breaking News
Home / ସ୍ୱାସ୍ଥ୍ୟ / ସୁରକ୍ଷିତ ଗର୍ଭସମାପନ ମହିଳାମାନଙ୍କର ଅଧିକାର – ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ତରଫରୁ କର୍ମଶାଳା ଆୟୋଜିତ

ସୁରକ୍ଷିତ ଗର୍ଭସମାପନ ମହିଳାମାନଙ୍କର ଅଧିକାର – ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ତରଫରୁ କର୍ମଶାଳା ଆୟୋଜିତ

ଖୋର୍ଦ୍ଧା, ୨୮/୦୯/୨୦୨୧(ଓଡ଼ିଶା ସମାଚାର)- ଆଜି ଭୁଷଣ୍ଡପୁର (ଟାଙ୍ଗୀ ବ୍ଲକ) ଡ଼ାକବଙ୍ଗଳା ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ଭୁବନେଶ୍ୱରଙ୍କ ତରଫରୁ ଡ଼ାକ୍ତରୀ ପଦ୍ଧତିରେ ଗର୍ଭସମାପନ ସଂଶୋଧିତ ଅଧିନିୟମ- ୨୦୨୧ ସମ୍ପର୍କରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ଟାଙ୍ଗୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅର୍ନ୍ତଗତ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ଚାଳିଶ ଜଣ ଆଶା କର୍ମୀ ଯୋଗଦେଇଥିଲେ । ପ୍ରାରମ୍ଭରେ ଡ଼ାକ୍ତରୀ ପଦ୍ଧତିରେ ଗର୍ଭସମାପନ ଅଧିନିୟମ-୧୯୭୧ ଏବଂ ବର୍ତମାନ ସଂଶୋଧିତ ଅଧିନିୟମ ୨୦୨୧ ଉପରେ ସହଯୋଗର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ଆଲୋଚନା କରିଥିଲେ । ୧୯୭୧ ମସିହାର ଡ଼ାକ୍ତରୀ ପଦ୍ଧତିରେ ଗର୍ଭସମାପନ ଅଧିନିୟମ ମହିଳାମାନଙ୍କୁ କେତେକ ସର୍ତରେ ଗର୍ଭସମାପନର ଆଇନଗତ ଅଧିକାର ପ୍ରଦାନ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ମହିଳାମାନେ ସୁରକ୍ଷିତ ଗର୍ଭସମାପନ ଏବଂ ପରବର୍ତୀ ଯତ୍ନ ଏବଂ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି ଏବଂ ଅସୁରକ୍ଷିତ ଗର୍ଭସମାପନ ମାତୃ ମୃତୁ୍ୟର ଏକ ବଡ଼ କାରଣ କୁହାଯାଉଥିଲେ ମଧ୍ୟ ପ୍ରକୃତରେ କେତେ ମାଆ ଅସୁରକ୍ଷିତ ଗର୍ଭସମାପନ କରୁଛନ୍ତି ତା’ର ପରିସଙ୍ଖ୍ୟାନ କାହାପାଖରେ ନାହିଁ । ଏସବୁର ମୁଖ୍ୟ କାରଣ ଅଜ୍ଞତା ଏବଂ ସାମାଜିକ ସ୍ତରରେ ଗର୍ଭସମାପନକୁ ସଠିକ୍ ଭାବେ ତର୍ଜ୍ଜମା କରାଯାଉନାହିଁ । କିନ୍ତୁ ଡ଼ାକ୍ତରୀ ପଦ୍ଧତିରେ ଗର୍ଭସମାପନ ଅଧିନିୟମର ଅର୍ଦ୍ଧ ଶତାଦ୍ଧୀ ପୁରଣ ଅବସରରେ ସମସ୍ତ ର୍ ସ୍ୱାସ୍ଥ୍ୟକର୍ମୀ, ସେବାପ୍ରଦାନକାରୀ ଏବଂ ଆମ ସମାଜ ଗର୍ଭପାତ, ଗର୍ଭନଷ୍ଟ ଭଳି ମହିଳାମାନଙ୍କର ସମ୍ମାନହାନି କଲାଭଳି ଶବ୍ଦ ପ୍ରୟୋଗ ନକରି ଗର୍ଭସମାପନ ଶବ୍ଦର ପ୍ରୟୋଗ ପାଇଁ ସମବେତ ଆଶା ଏବଂ ଅତିଥିମାନେ ଶପଥ ନେଇଥିଲେ । ମୁଖ୍ୟବକ୍ତା ସ୍ଥାନୀୟ ଭୁଷଣ୍ଡପୁର ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାଶିଷ୍ଟ ଶକ୍ତିନାଥ ତରାଇ କହିଥିଲେ ବାସ୍ତବରେ ଅସ୍ଥାୟୀ ଗର୍ଭ ନିୟୋଜନ ପଦ୍ଧତି ବିଭିନ୍ନ କାରଣରୁ ମା’ମାନଙ୍କ ପାଖରେ ପହଂଚୁନାହିଁ ଏବଂ ଅନେକ ଅବାଂଛିତ ଗର୍ଭରହୁଛି । ତେଣୁ ଆଶାମାନଙ୍କୁ ଅନୁରୋଧ କରିଥିଲେ ଗର୍ଭସମାପନ ଭଳି ଏକ ସୁନ୍ଦର ଶବ୍ଦର ବ୍ୟବହାର କରିବା ପରାମର୍ଶ ଦେଇଥିଲେ । ତାହା ସହିତ ଯେଉଁ ମା’ମାନେ ଗର୍ଭବତୀ ହେଉଛନ୍ତି କିନ୍ତୁ ଗର୍ଭ ରଖିବାକୁ ଚାହୁଁନାହାଁନ୍ତି ତୁରନ୍ତ ସେମାନଙ୍କୁ ସରକାରୀ ଡ଼ାକ୍ତରଖାନାକୁ ନେଇ ଡ଼ାକ୍ତରୀ ପରାମର୍ଶ କରନ୍ତୁ ଏବଂ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଭର୍ଗସମାପନ ସେବା ଦେବାରେ ସହଯୋଗ କରନ୍ତୁ । ଏବେ ଅସୁରକ୍ଷିତ ଗର୍ଭ ସମାପନ ଗର୍ଭାଶୟରେ କ୍ୟାନସର ଏକ ଭୟଙ୍କର କାରଣ ହୋଇ ଠିଆ ହୋଇଛି । ସେ ସହଯୋଗ ଅନୁଷ୍ଠାନ ଏବଂ ଜାତୀୟ ସ୍ତରର କମନହେଲ୍ଥ ଫୋରମକୁ ଏହି କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଦେଇଥିଲେ ଏବଂ ନୂଆ ସଂଶୋଧିତ ନିୟମର ସଂକ୍ଷିପ୍ର ସୂଚନାର ଓଡ଼ିଆ ଲିଫଲେଟ୍ ଉଦଘାଟିତ କରାଯାଇଥିଲା । ସେ ସହଯୋଗ ଅନୁଷ୍ଠାନକୁ ସ୍ଥାନୀୟ ଭାଷାରେ ବୋଧଗମ୍ୟ ଏପରି ପ୍ରାଚୀରପତ୍ରର ଆବଶ୍ୟକତା ପ୍ରତି ଧ୍ୟାନ ଦେବାପାଇଁ ଅନୁରୋଧ କରିଥିଲେ । ଏକ ହସ୍ତାକ୍ଷର ଅଭିଯାନ ମଧ୍ୟ ଆରଂଭ କରାଯାଇଥିଲା । ସମ୍ପାଦିକା ଅନୁରୋଧ କରିଥିଲେ ସମସ୍ତେ ନିଜର ହସ୍ତାକ୍ଷର କରି ଏହି ଅଭିଯାନ ଶୁଭାରଂଭ କରିବା ସହିତ ଅନଲାଇନରେ ସହଯୋଗ ତରଫରୁ ପଠାଯାଉଥିବା ପିଟିସନକୁ ସମର୍ଥନ କରି ମହିଳାମାନଙ୍କର ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତି ସ୍ୱାତନ୍ତ୍ର୍ୟତା ସମ୍ମାନ ଦେଉଥିବା ଡ଼ାକ୍ତରୀ ପଦ୍ଧତିରେ ଗର୍ଭସମାପନ ସଂଶୋଧିତ ଅଧିନିୟମ- ୨୦୨୧ କିପରି ସଦୁପଯୋଗ ହୋଇପାରିବ ସେପାଇଁ ଅନୁରୋଧ କରିଥିଲେ । ଶେଷରେ ବିଚିତ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଗଣା ଚକ୍ଷୁ ଚିକିତ୍ସା ଶିବିର 

ଗରଦପୁର, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତସ୍ଥିତ ବାସୁଦେଇପୁର  ତାରିଣୀ ମନ୍ଦିର ପ୍ରାଙ୍ଗଣରେ ପାଟକୁରା ପ୍ରଗତି ମଂଚ …

Leave a Reply

Your email address will not be published. Required fields are marked *