Wednesday , December 8 2021
Home / ବିଶେଷ / ସିପୁରା ଗଣେଶ ମେଢ଼ ଭଷାଣି ଘଟଣାକୁ ନେଇ ବିବାଦ, ଥାନା ରେ ମାମଲା

ସିପୁରା ଗଣେଶ ମେଢ଼ ଭଷାଣି ଘଟଣାକୁ ନେଇ ବିବାଦ, ଥାନା ରେ ମାମଲା

ମାହାଙ୍ଗା , ୨୮/୦୯/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ଥାନା ମୂଳବସନ୍ତ ପଞ୍ଚାୟତ ସିପୁରା ଗ୍ରାମରେ ଗଣେଶ ମେଢ଼ ଭଷାଣି ପାଇଁ ଚାଲିଥିବା ପ୍ରୋସେସନ ସମୟରେ ବେଆଇନି ଭାବେ ଡିଜେ ବଜାଇ ଅଶ୍ଳୀଳ ନୃତ୍ୟ ପରିବେଷଣ ସହ କିଛି ନିଶାସକ୍ତ ଯୁବକ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବାରୁ ଜନୈକା ମହିଳା ଏହାର ପ୍ରତିବାଦ କରିଥିଲେ । ମହିଳା ଜଣକ କାହିଁକି ପ୍ରତିବାଦ କଲେ ବୋଲି ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ କଦର୍ୟ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଅସୌଜନ୍ୟ ବ୍ୟବହାର କରିବାକୁ ସମ୍ପୃକ ଯୁବକ ଏବଂ ସେମାନଙ୍କ ସହଯୋଗୀ ମାନେ ପଛାଇନଥିଲେ । ଏପରିକି ମହିଳାଙ୍କ ଝିଅକୁ ଘରୁ ଉଠାଇ ଆଣିବାକୁ ଓ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବା ଓ ଏସିଡ଼ି ପକାଇ ଜାଳିଦେବାକୁ ଧମକ ଦେବା ଥାନାରେ ଅଭିଯୋଗ ହୋଇଛି । ଘଟଣାଦିନ ରାତିରେ ଏହାକୁ ନେଇ ସମ୍ପୃକ୍ତ ମହିଳାଙ୍କ ପରିବାର ଅସାମାଜିକ ଯୁବକ ମାନଙ୍କ ଆଚରଣକୁ ବିରୋଧ କରିଥିଲେ । ଏପରିକି ସେହିଦିନ ଗଣ୍ଡଗୋଳ ହେବାରୁ ଜଣେ ଯୁବକର ହାତରେ କ୍ଷତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଏହି ଘଟଣାଟି ଥାନାକୁ ଯିବା ପୂର୍ବରୁ ଗ୍ରାମର କିଛି ମୁରବୀ ଶ୍ରେଣୀୟ ବ୍ୟକ୍ତି ହସ୍ତକ୍ଷେପ କରିବାରୁ ହସ୍ପିଟାଲ ଯାଇ ଆହତ ଯୁବକର ଚିକିତ୍ସାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ଓ ଅସଦାଚରଣର ଶିକାର ମହିଳା, ଥାନାକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା ।
କିନ୍ତୁ ଏହି ଗ୍ରାମର ଜନୈକ ଯୁବକ ଯିଏକି ବହୁ ମାମଲାରେ ସମ୍ପୃକ୍ତ ସେ ଅଳ୍ପଦିନ ପୂର୍ବରୁ ଏକ ଅପରାଧିକ ମାମଲାରେ ଛନ୍ଦିହୋଇ ଜେଲ ଯାଇଥିଲା,କୁଆଡେ ସେହି ନିଶାସକ୍ତ ଯୁବକ ନିଜ ରାଜନୈତିକ ଓ ଆର୍ଥିକ ସୁବିଧା ପାଇଁ ଦୁଇ ପକ୍ଷଙ୍କୁ ଉସକାଇ ପରସ୍ପର ବିରୁଦ୍ଧରେ ଶତ୍ରୁତା ସୃଷ୍ଟି କରୁଥିବା କୁହାଯାଉଛି । ପୋଲିସ ସିପୁରା ଗ୍ରାମର ରାକେଶ ସାମଲ ଓ ସୁକାନ୍ତି ରାଉତରାୟ ଉଭୟ ଙ୍କ ପକ୍ଷରୁ ଅଭିଯୋଗ ପାଇବା ପରେ ୨ଟି ଅଲଗା ଅଲଗା ମାମଲା ରୁଜୁକରିଛି । ଏପରିକି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଚଢ଼ାଉ ଜାରୀ ରଖିଥିବାବେଳେ ଗ୍ରାମରେ ଉତ୍ତେଜନା ସୃଷ୍ଟିକରି ଗୋଳିଆ ପାଣିରୁ ଫାଇଦା ହାତେଇବାକୁ କେଉଁମାନେ ଗୋଟି ଚଳେଇଚନ୍ତି ,ସେଥିପ୍ରତି ଦୃଷ୍ଟି ରଖାଯାଉବୋଲି ବୁଦ୍ଧିଜୀବୀ ମହଲରୁ ଦାବିହୋଇଛି ।
ଅନ୍ୟ ପକ୍ଷରେ ଚତୁର ଯୁବକ ଜଣକ ମାମଲାର ରଫାଦଫା ନାଆଁରେ ୫ ଲକ୍ଷଟଙ୍କା ଦାବି କରିବା ବାହାନାରେ ନିଜ ପକେଟ ଗରମ ପାଇଁ ଗୋଟି ଚଲେଇବା ଚର୍ଚ୍ଚା ହେଉଛି । ଗ୍ରାମରେ ଶାନ୍ତି ଓ ସଦ୍ଭାବନାର ମାହୋଲ ବଜାୟ ରଖିବାକୁ ସମସ୍ତେ ଚାହୁଁଥିବା ବେଳେ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିବାର ହୀନ ପ୍ରୟାସ କେତେ ଯଥାର୍ଥ ତାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆଜି ସନାତନଙ୍କ ପରିବାର ପକ୍ଷରୁ ଥାନାରେ ପହଂଚି ଧାରଣା ଦେବା ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ଉଭୟ ପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାରୁ ସେମାନେ ଥାନାରେ ଅଧିକ ସମୟ ଅପେକ୍ଷା ନକରି ପୋଲିସର କାର୍ୟ୍ୟାନୁଷ୍ଠାନକୁ ଅପେକ୍ଷା କରିବାକୁ ନିଷ୍ପତି ନେବା କୁହାଯାଉଛି । ତେବେ ପୋଲିସ ପକ୍ଷରୁ ଘଟଣା ଉପରେ ନଜର ରଖାଯାଇଛି ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରହିଛି ।
ସୋମବାର ରାତିରେ ସିପୁରା ଗାଁରେ ପୋଲିସ ଚଢ଼ାଉ କରିବା ସମୟରେ ବିନା ଅନୁମତିରେ ଡିଜେ ବଜାଇ ନୃତ୍ୟ ଗୀତର ତାଳେତାଳେ ଭାଲୁକୁଣି ଭଷାଣି କରାଯିବା ଦେଖିବାକୁ ମିଳିଥିଲା ଓ ପୋଲିସ ମେସିନ ସହ ଗାଡିକୁ ଜବତ କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *