Sunday , October 17 2021
Breaking News
Home / ବିଶେଷ / ଭୋକ ଉପାସରେ ଫସିଥିବା ୭ ଶ୍ରମିକଙ୍କୁ ଉଦ୍ଧାର କଲା ପାରଦୀପ ପୋଲିସ୍

ଭୋକ ଉପାସରେ ଫସିଥିବା ୭ ଶ୍ରମିକଙ୍କୁ ଉଦ୍ଧାର କଲା ପାରଦୀପ ପୋଲିସ୍

ପାରାଦୀପ ୨୮/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ନିଷିଦ୍ଧାଂଚଳରେ ଦୁଇଦିନ ଧରି ଭୋକ ଉପାସରେ ଫସି ରହିଥିବା ୭ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପାରାଦୀପ ଆଦର୍ଶ ଥାନା ପୋଲିସ । ଘଟଣାରୁ ପ୍ରକାଶ ଯେ, ଗତ ୧୭ତାରିଖରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ଦଶ ଜଣ ଶ୍ରମିକଙ୍କୁ ଆଣି କୁଜଙ୍ଗ ବ୍ଲକ ମାଳହୁଙ୍କା ଅଂଚଳର ଜନୈକ ଠିକାଦାର ପାରାଦୀପ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ଚାଲିଥିବା କୋଠା ବାଡି ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଥିଲେ । ତେବେ କାର୍ଯ୍ୟରେ ନିୟୋଜିତ କରିବା ପୂର୍ବରୁ ପ୍ରତ୍ୟେକ ଶନିବାର ଦିନ ସପ୍ତାହର କାର୍ଯ୍ୟ ନିମିତ ପାଉଣା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ଶ୍ରମିକ ମାନଙ୍କୁ ପାରାଦୀପ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ଅଏଲ୍ ଜେଟି ରେ କାର୍ଯ୍ୟରେ ଲଗାଇଥିଲେ । ବନ୍ଦର ନିଷିଦ୍ଧାଂଚଳ ମଧ୍ୟକୁ ପ୍ରବେଶ କରିବାକୁ ହେଲେ ଆବଶ୍ୟକତା ଥାଏ ହେଲେ  ଗେଟ୍ ପାସ ନଦେଇ ଠିକାଦାର ଜଣକ ଗେଟରେ ମୁଣ୍ଡପିଛା ୧୦୦ ଟଙ୍କା ଲାଂଚ ଦେଇ ବନ୍ଦର ନିଷିଦ୍ଧାଂଚଳ ଭିତରେ ପ୍ରବେଶ କରାଇବା ନେଇ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । କାମ କରିବା ପରେ ପାଉଣା ନ ପାଇ ଶ୍ରମିକମାନେ ଭୋକ ଉପାସରେ  ରହି ନିଜ ପରିବାର କୁ ଜଣାଇବା ସହ ପୋଲିସ୍ କୁ ଜଣାଇଥିଲେ । ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ୍ ଘଟଣାସ୍ଥଳ ରେ ପହଂଚି ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ପୋଲିସ୍ ଘଟଣା ର ତଦନ୍ତ ଆରମ୍ଭ କରିଛି । ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ ଜଗତସିଂହପୁର ପାଟଣା ର ଦିଲ୍ଲୀପ ମଲ୍ଲିକ, କୁଜଙ୍ଗ ଖରିଗୋଠ ର ଆଦିକନ୍ଦ ଜେନା, ଅକ୍ଷୟ ସେଠୀ , ଜଗତସିଂହପୁର ଅଳସୁଧା ର କିଶୋର ଦାସ,ଭାରତୀ ଦାସ, ଜଗତସିଂହପୁର ହଳଦିଆ ଜଗନ୍ନାଥପୁର ର କିଶୋର ଦାସ,ମାନସ ଦାସ । ଏହା ପୂର୍ବ ରୁ ଅନ୍ୟ ତିନିଜଣ ଶ୍ରମିକ କୌଣସି ମତେ ନିଜ ଘରକୁ ଫେରିଯାଇଥିବା ଉଦ୍ଧାର ହୋଇଥିବା ଶ୍ରମିକମାନେ କହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *