ଗରଦପୁର, ୨୮/୦୯/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଂଚାୟତର ଢ଼ିଅସାହି ଗ୍ରାମର ୨ ନମ୍ବର ୱାର୍ଡ଼ରେ ଶିବ ପ୍ରସାଦ ମଲିକ , ଦିବାକର ମଲିକ ଓ ପ୍ରଭାକର ମଲିକଙ୍କ ମାଟି ଖଂଜା ଘର । ସ୍ୱର୍ଗତ ଶଚି ମଲିକଙ୍କର ଏହି ୩ ପୁଅ ଗତ ୨୦ବର୍ଷ ହେଲା ପରଷ୍ପର ଭିନେ ହୋଇ ଗୋଟିଏ ଖଂଜା ଚାଳ ଛପର ଘରେ ପୃଥକ ପୃଥକ ଭାବେ ଚଳି ଆସୁଛନ୍ତି । ଶିବ,ଦିବାକର ଓ ପ୍ରଭାକର ଙ୍କର ସ୍ତ୍ରୀ ପିଲା ମାନଙ୍କୁ ନେଇ ମୋଟ୍ ୧୮ ଜଣଙ୍କୁ ନେଇ ଏହି ଚାଳ ଛପର ଘରେ ବସବାସ କରିଆସୁଛନ୍ତି । ଏମାନେ ଭୂମି ହୀନ ଗରିବ ଲୋକ । ସରକାରଙ୍କ ପାଖରୁ ମିଳିଥିବା ଏହି ଜମିରେ ଦୀର୍ଘ ବର୍ଷ ହେଲା ଖଣ୍ଡେ ଚାଳଘର କରି ଚଳି ଆସୁଥିଲେ । ହେଲେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଏମାନଙ୍କ ଚାଳ ଛପର ଘରର ଚତୁପାଶ୍ୱର୍ ଉଦବୃତ ବର୍ଷାଜଳ ଲାଗି ରହିବାରୁ ଏହି ଖଂଜା ଘରର ପୂର୍ବ ପାଶ୍ୱର୍ ମାଟି କାନ୍ଥ ସମ୍ପୁର୍ଣ୍ଣ ଭୁଷୁଡ଼ି ପଡ଼ିଲା । ଗୋଟିଏ ପଟ କାନ୍ଥ ଭୁଷୁଡ଼ି ପଡ଼ିବାରୁ ଘର ମଧ୍ୟ ଭାଙ୍ଗିପଡ଼ିଲା । ଅନନ୍ୟେପାୟ ହୋଇ ନିକଟସ୍ଥ ପଡ଼ିଶା କ୍ଷିରୋଦ ମଲିକ ଙ୍କ ଘରେ ଆଶ୍ରୟ ନେଇଛନ୍ତି ଏହି ୩ ପରିବାର । ଖବର ପାଇ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ଏହି ପରିବାରର ଦୂରାବସ୍ଥା ଦେଖିଲେ । କିନ୍ତୁ ଅତି ଦୁଃସ୍ଥିତି ଓ ଖାଦ୍ୟ ଅନଟନରେ ଜୀବନ ଜିଇଥିବା ଏହି ଦୁସ୍ଥ ୩ ପରିବାରଙ୍କୁ ଅନ୍ୟ କୌଣସି ସରକାରୀ ସାହାଯ୍ୟ ପ୍ରଦାନ ନକରି ମାତ୍ର ଦୁଇଖଣ୍ଡ ପାଲ ଦେଇ ନିଜର କର୍ତବ୍ୟ ସାରିଦେଲେ । ସେହି ଗ୍ରାମର ଜଣେ ସ୍ୱେଛାସେବୀ ଯୁବକ ତହସିଲଦାର ଶ୍ରୀ ବେହେରାଙ୍କୁ ଏହି ସାହାଯ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ କମ୍ପ୍ଲେନ ଅଛି କହି ତହସିଲଦାର କଥା ଏଡ଼େଇଦେଇଥିବାକୁ ଗ୍ରାମବାସୀମାନେ ନାପସନ୍ଦ କରିଛନ୍ତି । ଏଭଳି ସ୍ଥିତିରେ ଥିବା ପରିବାରକୁ ଏଭଳି ସଙ୍କଟ ସମୟରେ ଯଦି ସରକାରୀ ସାହାଯ୍ୟ କରାଯାଇ ନପାରୁଛି , ତେବେ ସରକାରଙ୍କର ସଂଖ୍ୟାଧିକ ଜନମଙ୍ଗଳକାରୀ ଯୋଜନା ଆଉ କେଉଁମାନଙ୍କ ପାଇଁ ବୋଲି ଗ୍ରାମବାସୀମାନେ ପ୍ରଶାସନକୁ କ୍ଷୋଭର ସହ ଆଖେପ କରିଛନ୍ତି ।
ଉଲେଖନୀୟ ଏହିକି ୨୦ ବର୍ଷ ତଳେ ଦିବାକର ଓ ପ୍ରଭାକରଙ୍କୁ ୨ ଟି ୨୨ ହଜାର ଟଙ୍କିଆ ଇନ୍ଦିରା ଆବାସ ମିଳିଥିଲା । ପ୍ରଶାସନିକ ଚଂଚକତା ରୁ ସେମାନଙ୍କର ନିର୍ମିତ ଆଜବେଷ୍ଟସ କୁଡ଼ିଆ ପୂର୍ଣ୍ଣାଙ୍ଗ ହୋଇପାରିନଥିଲା । ଏବେ ତାହା ମଧ୍ୟ ଭାଙ୍ଗିରୁଜି ଗଲାଣି । ସେଥିରେ ଗୋରୁ ବାନ୍ଧି ଚାଳ ଛପର ଖଂଜା ଘରେ ଭିନେ ଚଳୁଛନ୍ତି ଏହି ୩ ପରିବାର । ଏମାନେ ସମସ୍ତେ ଶ୍ରମ ଜିବୀ ।ନିତି ଖଟିଲେ ଏମାନଙ୍କ ଚୁଲି ଜଳେ । ସରକାରୀ ବାବୁ ମାନଙ୍କୁ ବା କୁଜି ରାଜ ନେତା ମାନ ଙ୍କୁ ହାତ ଗୁଂଜା ଦେବାକୁ ଏମାନଙ୍କ ପାଖରେ ପଇସା ନଥିବାରୁ ସରକାରଙ୍କର ବିଭିନ୍ନ ଯୋଜନା ଏମନେଙ୍କ ନିକଟରେ ପହଂଚି ପାରୁନଥିବା ଅଭିଯୋଗ ହୋଇଛି । ସେ ଯାହା ହେଉ ଏହି ବର୍ଷା ଜନିତ ଦାଉରୁ ରକ୍ଷା ପାଇବା ପାଇଁ ସରକରୀ ସ୍ତରରେ କିଛି ସାହାଯ୍ୟ ସହଯୋଗ ମିଳିବା ପାଇଁ ପ୍ରଶାସନକୁ ଏମାନେ ନିବେଦନ କରିଛନ୍ତି । ପ୍ରକାଶ ଥାଉକି ଏହି ଗ୍ରାମରେ ଗତ ୧୫ ତାରିଖରେ ଲଗାଣ ବର୍ଷାରେ କାନ୍ଥ ପଡ଼ି ରୁପେଇ ମଲିକ (୭୫) ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକ ନିସ୍ୱ, ଅସହାୟ ଓ ଅଜ୍ଞତା ଦୃଷ୍ଟିରୁ ରୂପେଇ ର ଶବ ବ୍ୟବଛେଦ ନକରାଇ ସତ୍କାର କରିଦେଇଥିଲେ । ପରେ ତହସିଲଦାର ଘଟଣାର ତଦନ୍ତ କରିଥିଲେ ମଧ୍ୟ ଶବ ବ୍ୟବଛେଦ କରାଯାଇ ନଥିବାରୁ ପରିବାରଙ୍କୁ ଅନୁକମ୍ପା ମୂଳକ ଆର୍ଥିକ ସାହାଯ୍ୟ ମିଳିପାରିନାହିଁ । ଓଡ଼ିଶା ସମାଚାର