Tuesday , October 26 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ବନ୍ଦର ର ନୂଆ ହେବେ ଅଧ୍ୟକ୍ଷ ପି.ଏଲ୍.ହରାନାଧ

ପାରାଦୀପ ବନ୍ଦର ର ନୂଆ ହେବେ ଅଧ୍ୟକ୍ଷ ପି.ଏଲ୍.ହରାନାଧ

ପାରାଦୀପ ୨୮/୦୯/୨୦୨୧(ଓଡ଼ିଶା ସମାଚାର)-ଦୀର୍ଘ ନଅ ମାସ ରୁ ଉର୍ଦ୍ଧ ସମୟ ହେବ ଖାଲି ଥିବା ପାରାଦୀପ ବନ୍ଦର ର ଅଧ୍ୟକ୍ଷ ପଦ ପୂରଣ ହେବା ନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପୋଲାମରାଜୁ ଲକ୍ଷ୍ମୀ ହରାନାଧ ( ଆଇ.ଆର୍.ଟି.ଏସ୍.)ଙ୍କ ନାମ କୁ ନିଯୁକ୍ତି ସଂର୍ପକିତ କ୍ୟାବିନେଟ୍ କମିଟି ମୋହର ମାରିଛି । ଏ ସଂପର୍କ ରେ ଭାରତ ସରକାର ଙ୍କ ଉପସଚୀବ ନିଧି ଶ୍ରୀବାସ୍ତବ ଙ୍କ ଚିଠି ରୁ ଜଣା ପଡିଛି ଯେ,୧୯୯୪ ବ୍ୟାଚ୍ ର ଆଇ.ଆର୍.ଟି.ଏସ୍. ଅଧିକାରୀ ଶ୍ରୀ ହାରାନାଧ ୨୦୨୬ ମସିହା ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ପାରାଦୀପ ର ଅଧ୍ୟକ୍ଷ ଭାର ଗ୍ରହଣ କରିବେ । ପାରାଦୀପ ବନ୍ଦର ର ପୁର୍ବତନ ଅଧ୍ୟକ୍ଷ ରିେଙ୍କଶ ରାୟ ଗତ ଡିସେମ୍ବର ମାସ ୨୨ ତାରିଖ ଦିନ କାର୍ଯ୍ୟକାଳ ପୂରଣ କରି ଫେରି ଯାଇଥିଲେ । ସେବେ ଠାରୁ ପାରାଦୀପ ବନ୍ଦର ର ଅଧ୍ୟକ୍ଷ ପଦ ଖାଲି ରହିଥିଲା । କୋଲକତା ବନ୍ଦର ର ଅଧ୍ୟକ୍ଷ ବିନୀତ କୁମାର ଏହା ପର ଠାରୁ କୋଲକତା ବନ୍ଦର ସହିତ ପାରାଦୀପ ବନ୍ଦର ର ଅଧ୍ୟକ୍ଷ ଦାୟିତ୍ୱ ରେ ଥିଲେ । ଶ୍ରୀ ହରାନାଧ ଙ୍କ ଯୋଗ ଦାନ ପରେ ପାରାଦୀପ ବନ୍ଦର ର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଲୋଚନା ହେଉଛି । ଓଡ଼ିଶା ସମାଚାର

About admin

Check Also

ଆଲୁମିନିୟମ ଶିଳ୍ପକୁ କ୍ଷତିରୁ ରକ୍ଷା ପାଇବା ପାଇଁ ତୁରନ୍ତ କୋଇଲା ଯୋଗାଣ ପାଇଁ ପ୍ରାଥମିକତା ଦିଅନ୍ତୁ

ଭୁବନେଶ୍ୱର,୧୬/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ମଧ୍ୟ ଜାରି ରହିଥିବା କୋଇଲା ଯୋଗାଣ ସଙ୍କଟକୁ ନେଇ ଆଲୁମିନିୟମ ଶିଳ୍ପକୁ କୌଣସି ଆରାମ ମିଳିନାହିଁ …

Leave a Reply

Your email address will not be published. Required fields are marked *