ପାରାଦୀପ ୨୮/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ପକ୍ଷରୁ ମଙ୍ଗଳବାର ଦିନ ବିଶ୍ୱ ନୌବାଣିଜ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପାରାଦୀପ ବନ୍ଦର ମେରାଇନ୍ ସାଇଟ୍ ଅଫିସ୍ ପରିସର ରେ କୋଭିଡ୍-୧୯ ଗାଇଡ୍ ଲାଇନ୍ ପାଳନ କରି ଏକ ସଂକ୍ଷିପ୍ତ ସମାରୋହ ଆୟୋଜିତ ହୋଇଥିଲା । ବନ୍ଦର ର ହାରବର୍ ମାଷ୍ଟର କ୍ୟାପଟେନ୍ ଅଲେଖ ଚନ୍ଦ୍ର ସାହୁ ନୌବାଣିଜି୍ୟକ ପତାକା ଉତୋଳନ କରିଥିଲେ । ଏହି ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ ନ ଥିବା ବେଳେ ଜାହାଜ ଚଳାଚଳ ବିଭାଗ ର ମହା ନିର୍ଦ୍ଧେକ ଘୋଷଣା କରିଥିବା ତାରିଖ ଅନୁଯାୟୀ ଏହା ପାଳନ କରାଯାଇଥାଏ । ଏହା ମୁଖ୍ୟତଃ ସେପ୍ଟେମ୍ବର ମାସ ଶେଷ ସପ୍ତାହ ରେ ଅୟୋଜନ କରାଯାଇଥାଏ । ଚଳିତ ବର୍ଷ ଏହା ସେପ୍ଟେମ୍ବର ମାସ ୨୮ ତାରିଖ ରେ ପାଳନ କରିବା କୁ ଜାହାଜ ଚଳାଚଳ ବିଭାଗ ର ମହା ନିର୍ଦ୍ଧେକ ନିର୍ଦ୍ଧେଶ ଦେଇଥିଲେ । ସେହି ଅନୁଯାୟୀ ମଙ୍ଗଳବାର ଦିନ ଏହି ଉତ୍ସବ ପାରାଦୀପ ବନ୍ଦର ପକ୍ଷରୁ ପାଳନ କରାଯାଇଥିଲା । ୧୯୭୮ ମସିହା ମାର୍ଚ୍ଚ ମାସ ୧୭ ତାରିଖ ଦିନ ପ୍ରଥମ କରି ଏହି ଉତ୍ସବ ପାଳନ କରାଯାଇଥିଲା । ଆନ୍ତର୍ଜାତୀୟ ନୌବାଣିଜ୍ୟ ସଂଗଠନ ୧୯୫୮ ମସିହା ରୁ ଏ ପର୍ଯ୍ୟନ୍ତ ଏହି ପାଳନ କରି ଆସୁଅଛି । ବିଶ୍ୱ ନୌବାଣିଜ୍ୟ କୁ ସୁରକ୍ଷିତ କରିବା ତଥା ପରିବେଷ ସୁରକ୍ଷା ଆଦି କୁ ଗୁରୁତ୍ୱ ଦିଆଯାଉଥିବା ନେଇ ପାରାଦୀପ ବନ୍ଦର ପକ୍ଷରୁ ପ୍ରକାଶିତ ପ୍ରେସ୍ ଇସ୍ତାହାର ରୁ ଜଣାପଡିଛି । ଓଡ଼ିଶା ସମାଚାର