Tuesday , October 3 2023
Breaking News
Home / ବିଶେଷ / ନେହେରୁବଙ୍ଗଳା ଡଙ୍ଗା ବୁଡି ରେ ମୃତକଙ୍କ ପରିବାର କୁ ସହାଯ୍ୟ ର ହାତ ବଢାଇଲେ ସାମାଜସେବୀ

ନେହେରୁବଙ୍ଗଳା ଡଙ୍ଗା ବୁଡି ରେ ମୃତକଙ୍କ ପରିବାର କୁ ସହାଯ୍ୟ ର ହାତ ବଢାଇଲେ ସାମାଜସେବୀ

ପାରାଦୀପ ୨୮/୦୯/୨୦୨୧(ଓଡ଼ିଶା ସମାଚାର)-ଗତ ସପ୍ତାହ ରେ ପାରାଦୀପ ନେହେରୁ ବଙ୍ଗଳା ମୁହାଣ ରେ ଲଘୁଚାପ ଜନିତ ସମୁଦ୍ର ଅଶାନ୍ତ ରେ ଡଙ୍ଗା ବୁଡିଯାଇଥିଲା । ଏହି ଡଙ୍ଗା ରେ ଥିବା ପାରାଦୀପ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ଅଧିନସ୍ଥ ଷଣ୍ଢକୁଦ ବସ୍ତି ର ଅନ୍ୟତମ ମତ୍ସ୍ୟଜୀବୀ ଦମ୍ବଲ କାମରାଜୁ ସେହି ଦିନ ଠାରୁ ନିଖୋଜ ଥିଲେ । ଗଂଜାମ ଜିଲ୍ଲା ରମ୍ଭା ସମୁଦ୍ର ବେଳାଭୂମି ରେ କାମରାଜୁଙ୍କ ଗଳିତ ମୃତ ଦେହ ଉଦ୍ଧାର ହେବା ପରେ ତାଙ୍କ ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି । କାମରାଜୁ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ରୁ ତାଙ୍କ ପରିବାର ଏବେ ଦୁଖ କଷ୍ଟ ରେ କାଳାତିପାତ କରୁଛନ୍ତି । କାମରାଜୁ ଙ୍କ ବୃଦ୍ଧ ବାପା, ମାଆ, ବିଧବା ପତ୍ନୀ ଓ ତିନି ଝିଅ ଏବେ ଅସହାୟ ହୋଇପଡିଛନ୍ତି । ଲୋକଙ୍କ ଠାରୁ ଏକି ଖବର ପାଇ ପାରାଦୀପ ର ଶ୍ରମିକ ନେତା  ରାକେଶ କୁମାର ପଟ୍ଟନାୟକ ଷଣ୍ଢକୁଦ ବସ୍ତି ରେ ଥିବା କାମରାଜୁଙ୍କ ଘରେ ପହଂଚି ମୃତ ପରିବାର କୁ ସହଯୋଗ ର ହାତ ବଢାଇଛନ୍ତି । ଦିବଙ୍ଗତ କାମରାଜୁ ଙ୍କ ପରିବାର କୁ ଶାନ୍ତ୍ୱନା ଦେବା ସହ ପରିବାର ର ଭଲମନ୍ଦ ଶ୍ରୀ ପଟ୍ଟନାୟକ ବୁଝିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *