Saturday , June 3 2023
Breaking News
Home / ବିଶେଷ / କଟକ ସଦର ଅଞ୍ଚଳର ଜଣାଶୁଣା ସମାଜସେବୀଙ୍କ କୋଭିଡରେ ମୃତ୍ୟୁ

କଟକ ସଦର ଅଞ୍ଚଳର ଜଣାଶୁଣା ସମାଜସେବୀଙ୍କ କୋଭିଡରେ ମୃତ୍ୟୁ

ଵର୍ଷକ ଭିତରେ ଦୁଇ ଭାଇ ହାତ ଧରାଧରି ହୋଇ ଚାଲିଗଲେ

କଟକ ସଦର , ୨୮/୦୯/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜଣାଶୁଣା ସମାଜସେବୀ, ଆୟତପୁର ପଞ୍ଚାୟତର ବିଜେଡି ସଭାପତି,ଦଣ୍ଡୁଆସିପଡା ଗ୍ରାମର ରୋହିତ କୁମାର ଜେନା (୬୬) ଙ୍କର କୋଭିଡ ରେ ସୋମବାର ଭୋର ୩ ଟା ରେ ଚିକିତ୍ସାଧିନ  ଥାଇ  ଅଶ୍ୱିନୀ କୋଭିଡ ହସ୍ପିଟାଲରେ ପରଲୋକ ହୋଇଥିବା ଖଵର ଜଣାପଡିଛି।ତାଙ୍କ ଅକାଳ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଵା ଵେଳେ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା,କଟକ ଜିଲ୍ଲା ଵିଜେଡି ସାଧାରଣ ସମ୍ପାଦକ ସମର ବେହେରା,ସଦର ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର,ସଦର ଵ୍ଲକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା,ସଦର ବ୍ଲକ ‘ ଆତ୍ମା’ ର ଅଧ୍ୟକ୍ଷ ରଜନୀ କାନ୍ତ ସାହୁ,ଯୁଵ ନେତା ପ୍ରଦୀପ୍ତ କୁମାର ମହାଳୀ, ଜିଲ୍ଲା ପରିଷଦ ସଭ୍ୟା ଝିନୁ ବେହେରା,ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ପ୍ରମୁଖ ଵହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଵା ସହିତ ପରିଵାର ଵର୍ଗଙ୍କୁ ସମଵେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଵର୍ଷକ ମଧ୍ୟରେ ମୃତକ ରୋହିତଙ୍କ ସାନ ଭାଇ ପୂର୍ଵତନ ସରପଞ୍ଚ,ପୂର୍ଵତନ ସମିତି ସଭ୍ୟ,ତଥା ଯୁଵ ସଂଗଠକ କିଶୋର ଜେନାଙ୍କର ମଧ୍ୟ ଅନୁରୂପ ଭାଵେ ଏହିପରି ମୃତ୍ୟୁ ଘଟିଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.