Saturday , October 16 2021
Breaking News
Home / ବିଶେଷ /    ଅଙ୍ଗନୱାଡ଼ି କେନ୍ଦ୍ରରୁ ଟିଭି ଚୋରୀ

   ଅଙ୍ଗନୱାଡ଼ି କେନ୍ଦ୍ରରୁ ଟିଭି ଚୋରୀ

  ଗରଦପୁର, ୨୮/୦୯/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ନଡ଼ିଆବରାଇ ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ର – ୨ ରୁ ଗତକାଲି ରାତିରେ ଦୁର୍ବୃତମାନେ ଏକ ରଂଗୀନ ଟିଭି ଚୋରୀ କରି ନେଇଚନ୍ତି । ଅଙ୍ଗନୱାଡ଼ି କେନ୍ଦ୍ରର ତାଲା କାଟି ଦୁର୍ବୃତମାନେ କେନ୍ଦ୍ର ଗୃହ ମଧ୍ୟକୁ ପ୍ରବେଶ କରି ଏକ ରଂଗୀନ ଟିଭି ସହିତ ଅନ୍ୟନ୍ୟ ଆସବାବ ପତ୍ର ଚୋରାଇ ନେଇଛନ୍ତି  ।  କରୋନା ମହାମାରୀ ଦୃଷ୍ଟିରୁ କେନ୍ଦ୍ରଟି କିଛି ଦିନ ହେଲା ବନ୍ଦ ଥିଲା । ଆଜି ମମତା ଦିବସ ପାଇଁ କେନ୍ଦ୍ର ର ଅଙ୍ଗନୱାଡ଼ି କର୍ମୀ ସାଗରୀକା ଦାସ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇଥିଲେ । ତାଲା ଭଙ୍ଗାଯାଇ ଟିଭି ଆଦି ଚୋରୀ ହୋଇଥିବା ଜଣାପଡ଼ିବାରୁ ଏ ସମ୍ପର୍କରେ ଆଜି ପାଟକୁରା ଥାନାରେ ଅଭିଯୋଗ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *