Tuesday , October 19 2021
Breaking News
Home / ବିଶେଷ / ୫୦ ଟି ପଂଚାୟତ ନିର୍ଭର କରୁଥିବା ନଦୀବନ୍ଧ ରାସ୍ତା ମରଣ ଯନ୍ତା 

୫୦ ଟି ପଂଚାୟତ ନିର୍ଭର କରୁଥିବା ନଦୀବନ୍ଧ ରାସ୍ତା ମରଣ ଯନ୍ତା 

  ତାରପୁର, ୨୭/୦୯/୨୦୨୧(ଓଡ଼ିଶା ସମାଚାର)- ୫ ଟି ପଂଚାୟତ ରୁ ଉଦ୍ଧ୍ୱର୍ ପଂଚାୟତର ଜନସାଧାରଣ ନିଜ ନିଜ କାମ କାର୍ଯ୍ୟ ପାଇଁ ଯାତାୟତ କରୁଥିବା ନଦୀ ବନ୍ଧ ମହାନଦୀ ଉତର ପାଶ୍ୱର୍ ଜଳସମ୍ପଦ ବିଭାଗ ପୁନ୍ଦାଳ ସବଡ଼ିଭିଜନ୍ , ଓରିକଂଟା କନିଷ୍ଠ ଯନ୍ତ୍ରୀ ଙ୍କ ଅଧିନରେ ଥିବା ମହାନଦୀର ବାମ ପାଶ୍ୱର୍ ବାବୁଜଙ୍ଗ ଠାରୁ ଦାନ ନୟନପୁର ପର୍ଯ୍ୟନ୍ତ ୧୦ କିମି ରାସ୍ତା ମରଣ ଯନ୍ତା ପାଲଟିଛି । ତେବେ ଏହି ରାସ୍ତାର ମାହାଳହାଟ ଠାରୁ ସାନ ନାୟନପୁର ପର୍ଯ୍ୟନ୍ତ ରାସ୍ତାକୁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟଳଳରେ ୨୦୨୯ ମସିହା ଜୁଲାଇ ମାସରେ ମରାମତି କରାଯାଇଥିଲେ ବି ଏହା ଗୋଟିଏ ବର୍ଷ ମଧ୍ୟ ତିଷ୍ଟି ରହିପାରିଲା ନାହିଁ । ଫଳରେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ଅଂଚଳର ଜନସାଧାରଣ ନିଜର ଗନ୍ତବ୍ୟ ପଥରେ ଯିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାକୁ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ସଂଯୋଗୀ କରଣ ରାସ୍ତା ହୋଇଥିବାରୁ ଏହା ଉପରେ ଗରଦପୁର,ନିଶ୍ଚିନ୍ତକୋଇଲି, କଟକ ସଦର ଓ ତିର୍ତୋଲ ବ୍ଲକ୍ ର ଅନ୍ୟୁନ ୫୦ ଟି ପଂଚାୟତର ଲକ୍ଷାଧିକ ଲୋକ ପ୍ରତ୍ୟେକ ଦିନ ନିଜ ନିଜ ଗନ୍ତବ୍ୟ ପଥରେ ଯାତାୟତ କରିଥାନ୍ତି ।  ରାସ୍ତାରେ ବହୁ ସଂଖ୍ୟକ ଖାଲ ଖମା ଥିବାରୁ ପ୍ରତ୍ୟେକ ଦିନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ଓ ବୃଦ୍ଧ ବୃଦ୍ଧାମାନେ ଏହି ଖାଲ ଖମାରେ ପଡ଼ି ଖଣ୍ଡିଆ ଖାବରା ହେବା ପ୍ରାୟତ ନିତି ଦିନିଆ ଘଟଣା ।  ଦମକଳ ଓ ଆମ୍ବୁଲାନ୍ସ ଗାଡ଼ି ନିଜ ଲକ୍ଷ ସ୍ଥଳରେ ପହଂଚିବା ପାଇଁ ଘଂଟା ଘଂଟା ବିଳମ୍ବ ହେଉଥିବାରୁ ଏହା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିପାରେ ନାହିଁ । ଏପରିକି ସରକାରଙ୍କ ଯୋଜନା ସଫଳ ରୂପାୟନ ପାଇଁ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ତଦାରଖ ପାଇଁ ଏହି ଦ୍ୱୀପାଂଚଳକୁ ଆସନ୍ତି ନାହିଁ । ଫଳରେ ଏଠାକାର ଅଂଚଳ ଗୁଡ଼ିକ ଦୁର୍ନିତିଗ୍ରସ୍ତ ସରକାରୀ ଓ ବେସରକାରୀ ଲୋକ ମାନଙ୍କର ଚରାଭୂମୀ ପାଲଟିଥାଏ । ଏହି ନଦୀବନ୍ଧରେ ଦୁଇ ଗୋଟି ଗାଡ଼ି ପରଷ୍ପରକୁ ଅତିକ୍ରମ କରିନପାରି ଅନେକ ସମୟରେ ୨୦ ଫୁଟ ତଳ କୁ ରାସ୍ତା କଡ଼କୁ ଓଲଟି ପଡ଼ିଥାନ୍ତି । ଏହି ରାସ୍ତାର ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ସବଡ଼ିଭିଜନାଲ ସ୍ତରରେ ଠିକାଦାର ଚୟନ କରି ହରିଲୁଟ କରାଯାଉଥିବାବେଳେ ସାଧାରଣ ଜନତାଙ୍କ ଟିକସ ଟଙ୍କା ଲୋକଙ୍କ କାମରେ ଲାଗିପାରେନାହିଁ ।  ଏହି ସମସ୍ତ ଦିଗକୁ ଛପଲବ୍ଧô କରି ଏହି ରାସ୍ତାର ପ୍ରଶସ୍ତି କରଣ ସହିତ ସ୍ଥାୟୀ ସମାଧାନ କରିବାକୁ ୪ ଗୋଟି ବ୍ଲକ୍ ର ବୁଦ୍ଧିଜିବୀମାନେ କଟକ ଜିଲାପାଳ, ଜଳ ସମ୍ପଦ ବିଭାଗ ସଚିବ, ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୫୫୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୮୭ ଜଣ ଶିଶୁ ଆକ୍ରାନ୍ତ – ୪ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୫୫୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *