କଟକ୨୭/୦୯/୨୦୨୧( ଓଡିଶା ସମାଚାର/ଦେବାଶିଷ ରଥ): ଆଜି ସାରା ଦେଶରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ତରଫରୁ ଭାରତ ସରକାର ଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ ଭାରତ ବନ୍ଦ ତଥା ଅଖଚକ ବନ୍ଦ କରି,ପ୍ରତିବାଦ ଜଣାଯାଇଛି । ଏହି ବନ୍ଦ କୁ କଂଗ୍ରେସ ଠାରୁ ଆରମ୍ଭ କରି ପ୍ରାୟ ବହୁ ଜାତୀୟ,ଓ ରାଜ୍ୟ ସଂଗଠନ ମାନେ ସମର୍ଥନ କରିଥିଲେ । ଏହି ପ୍ରରିପେକ୍ଷିରେ ହିନ୍ଦୁ ମଜଦୂର ସଂଘ ମଧ୍ୟ ଏହି ବନ୍ଦ କୁ ସମର୍ଥନ କରି ମୋଦୀ ସରକାର ବିରୁଦ୍ଧ ରେ ନାରାବାଜି କରିଥିଲେ । କଟକ ମହାନଗର ନିଗମ ଅନ୍ତର୍ଗତ ନୂଆ ବଜାର ବ୍ଲକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ନୂଆବଜାର ଛକ କୁ ଯାଇ କୃଷକ ମାନଙ୍କ ସହ ମିଶି ପାରାଦୀପ କଟକ ରାଜରାସ୍ତା କୁ ବନ୍ଦ କରି,ପ୍ରତିବାଦ କରିଥିଲେ ।କୃଷି ଆଇନି,ଶ୍ରମ ଆଇନି,ବ୍ୟାପକ କର୍ମଚାରୀ ଛଟେଇ,ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି,ଏମିତି ଅନେକ କେନ୍ଦ୍ର ସରକାରଙ୍କ ମାରଣନୀତି ନିୟମ କୁ ବିରୋଧ କରି ରାଜରାସ୍ତା ଅବରୋଧ କରାଯାଇଥିଲା । ଏହି ଆନ୍ଦୋଳନ ରେ ଜିଲ୍ଲା ସମ୍ପାଦକ ଶ୍ରୀଅଭୟ କୁମାର ସ୍ୱାଇଁ,ସିପିଏମ ର ନଗର ସମ୍ପାଦକ ପ୍ରତାପ ମହାପାତ୍ର,ରିତିକ ମହାନ୍ତି,ଭଞ୍ଜ କିଶୋର ବେହେରା,ପରମାନନ୍ଦ ମହାକୁଡ଼, ନବଘନ ପରିଡା ପ୍ରମୁଖ ବହୁ ନେତା ଯୋଗ ଦେଇ ଆଜିର ବନ୍ଦ କୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିଛନ୍ତି । ସେହିପରି ବୈୟାଳିଶ ମୌଜା ଘାଟକୁଳରୁ ଆଉ ଏକ ପଟୁଆର ବାହାରି ନୂଆପଡା,ପ୍ରେସ ଛକ ଦେଇ ଲିଂକରୋଡ଼ ଠାରେ ପହଂଚି ରାସ୍ତା ରୋକ କରିଥିଲେ । ଏହି ରାସ୍ତା ରୋକରେ ସାଧାରଣ ଜନତା ସ୍ଵତପୃତ ଭାବେ ଜଡିତ ହୋଇଥିବା ପରିଲିଖିତ ହୋଇଥିଲା । ଓଡ଼ିଶା ସମାଚାର