ସାଲେପୁର୨୭/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଆଜି ସାଲେପୁର ରେ ଭାରତବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । କୃଷି ଆଇନ ଓ ଦରବୃଦ୍ଧି ଆଦିକୁ କୁ ବିରୋଧ କରି ବିଭିନ୍ନ ସଙ୍ଗଠନ ଓ ବିରୋଧୀ ଦଳ ପକ୍ଷରୁ ସାରାଦେଶରେ ଭାରତ ବନ୍ଦ ପ୍ରଭାବ ପଡ଼ିଥିବାବେଳେ ସାଲେପୁରରେ ଆଜି କଂଗ୍ରେସ ଏବଂ କମ୍ୟୁନିଷ୍ଟ ଦଳ ପକ୍ଷରୁ ମିଳିତ ଭାବେ ସାଲେପୁର ରେ ବନ୍ଦ ପାଳନ କରାଯାଇ ଥିଲା । ତହସିଲ ଛକ, କୁଆଁପାଳ ଛକ ଏବଂ ବିଭିନ୍ନ ସ୍ଥାନରେ ସ୍ଲୋଗାନ ମାନ ଦେଇ ଏବଂ ପଟୁଆର ରେ ଆସି ବିଭିନ୍ନ ସରକାରୀ, ବେସରକାରୀ କାର୍ୟ୍ୟାଳୟ କୁ ବନ୍ଦ କରିଥିଲେ । ଯାନବାହନ ଚଳାଚଳ ବନ୍ଦଥିବାବେଳେ ଦୋକାନ ବଜାର ଆଂଶିକ ଖୋଲା ରହିଥିବାର ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର