Wednesday , October 5 2022
Home / ବିଶେଷ / ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୮ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୮ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ 

କଟକ ସଦର , ୨୭/୦୯/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ବିଶିଷ୍ଟ ସାରସ୍ଵତ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୮ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଓଡିଶା ସାହିତ୍ୟ ଏକାଡେମୀ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦର ମିଳିତ ଆନୁକୁଲ୍ୟରେ ତାଙ୍କ ଜନ୍ମ ମାଟିରେ ଆଜି ସୋମବାର ଦିନ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡ଼ଃ ହୃଷୀକେଶ ମଲ୍ଲିକ ଙ୍କ ସଭାପତିତ୍ବରେ କନ୍ଦରପୁର କଳାଵିହାର ଠାରେ ଥିବା ଉମାକାନ୍ତ ମଣ୍ଡପରେ ସନ୍ଧ୍ୟାରେ ଆୟୋଜିତ ସଭାରେ ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାକାର ସାନ୍ତନୁ କୁମାର ଆଚାର୍ଯ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଭାପତି ତଥା ବର୍ତମାନର ଏକାଡେମୀ ର ସାଧାରଣ ପରିଷଦ ସଦସ୍ୟ ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟ କୁ ଗୋପାଳ ପ୍ରହରାଜଙ୍କ ଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତିଭା ପୂଜା ପରିଷଦର ଉପ ସଭାପତି କଵି ପୀତାମ୍ବର ମହାପାତ୍ର ସଭା ପରିଚାଳନା କରିଥିବା ଵେଳେ ସାଧାରଣ ସମ୍ପାଦକ କଵି ପିୟୁଶ ରଞ୍ଜନ ପରିଡା ସମ୍ପାଦକୀୟ ବିବରଣୀ ପାଠ କରିଵା ଅବସରରେ ରାଜଧାନୀ ରେ କୈ।ଣସି ଏକ ସ୍ଥାନରେ ଗୋପାଳ ପ୍ରହରାଜଙ୍କ ପୂର୍ଣ୍ଣାଵୟଵ ପ୍ରତିମୂର୍ତ୍ତି ସ୍ତାପନ କରିବାକୁ ସାହିତ୍ୟ ଏକାଡେମୀ ଜରିଆରେ ସରକାରଙ୍କ ନିକଟରେ ଦାଵି ରଖିଥିଲେ।ଏହି ଅବସରରେ ପ୍ରଥମାର୍ଦ୍ଧରେ କଵି ଓ କୈଵୟତ୍ରୀମାନଙ୍କ ଦ୍ୱାରା ଗୀତି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଵା ଵେଳେ ବରିଷ୍ଟ ସାମ୍ବାଦିକ କଵି ଵିଷ୍ଣୁ ଚରଣ ବେହେରା ତାଙ୍କର ସ୍ୱରଚିତ କବିତା ‘ ପ୍ରତିଭା ପୂଜା’ ଆବୃତ୍ତି କରି କଥା ସମ୍ରାଟ ଗୋପାଳ ପ୍ରହରାଜଙ୍କ ଙ୍କୁ ସମର୍ପଣ କରି ଏକାଡେମୀ ଦ୍ୱ।ରା ସମ୍ବର୍ଦ୍ଧିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଏହି ଓଡିଆ ସାହିତ୍ୟ ସ୍ରଷ୍ଟା ୧୮୭୪ ସେପ୍ଟେମ୍ବର ୨୭ ରେ କଟକ ଜିଲ୍ଲା ଅନ୍ତର୍ଗତ କନ୍ଦରପୁରର ସିଦ୍ଧେଶ୍ୱରପୁରରେ ଜନ୍ମ ଗ୍ରହଣ କରିଥିଲେ। ଯେତେବେଳେ ଓଡ଼ିଆ ଭାଷାଭାଷୀ ଙ୍କୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉଦ୍ୟମ ଆରମ୍ଭ ହେଲା ସେତେବେଳେ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ଙ୍କ କଟୁକ୍ତି ‘ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନଏ’ କହି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରସ୍ତାଵକୁ ପ୍ରକାନ୍ତରରେ ବିରୋଧ କରିଥିଲେ।ଓଡିଆ ଭାଷାର ଅସ୍ତିତ୍ବ ରକ୍ଷା ଓ ଉତ୍କର୍ଷତା ନିମନ୍ତେ ଗୋପାଳ ପ୍ରହରାଜ ଦୀର୍ଘ ୨୭ ଵର୍ଷ ଅକ୍ଳାନ୍ତ ପରିଶ୍ରମ କରି ପ୍ରଣୟନ କରିଥିଲେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ।ସାତ ଖଣ୍ଡରେ ବିଭକ୍ତ ୯୫୦୩ ପୃଷ୍ଠା ବିଶିଷ୍ଟ ଏହି ଭାଷାକୋଷରେ ସ୍ଥାନିତ ହୋଇଛି ୧ଲକ୍ଷ ୮୫ ହଜାର ଶଦ୍ଦ।ଯାହାର ଅର୍ଥ ଓଡ଼ିଆ, ହିନ୍ଦୀ,ଵଙ୍ଗଳା ଓ ଇଂରାଜୀ ଭାଷାରେ ଲିପିବଦ୍ଧ ରହିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.