Wednesday , October 20 2021
Breaking News
Home / ରାଜନୀତି / ପାଟକୁରା କଂଗ୍ରେସ ପକ୍ଷରୁ ଭାରତ  ବନ୍ଦ  

ପାଟକୁରା କଂଗ୍ରେସ ପକ୍ଷରୁ ଭାରତ  ବନ୍ଦ  

ଗରଦପୁର, ୨୭/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ମାରଣ ନୀତି ତଥା ନୂତନ କୃଷି ଆଇନ୍ ପ୍ରତ୍ୟାହାର ସହ ତୈଳ ଦର ଆକାଶଛୁଆଁ ବୃଦ୍ଧି, ବେକାରୀ ସମସ୍ୟା ସମାଧାନ ସହିତ ନିଯୁକ୍ତି ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ବିଭିନ୍ନ ରାଜନୈତିକ ଦଳ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇ ଆଜି ଏହି ବନ୍ଦ ରେ ସାମିଲ ହୋଇଥିଲା । ଏହି ପରିପ୍ରେକ୍ଷିରେ ପାଟକୁରା କଂଗ୍ରେସ ପକ୍ଷରୁ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ଏକ ବାଇକ୍ ଶୋଭାଯାତ୍ରା ରେ କଂଗ୍ରେସ କର୍ମୀମାନେ ଗରଦପୁର ବ୍ଳକ୍ ର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସହ ବ୍ଲକ୍, ତହସିଲ, ସବ୍ ରେଜିଷ୍ଟ୍ରାର, ବ୍ୟାଙ୍କ ସମେତ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବା ସହ କାର୍ଯ୍ୟାଳୟ ବନ୍ଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ କଂଗ୍ରେସ କମିଟି ସଭାପତି ଜ୍ୟୋତିରଂଜନ ପରିଡା, ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ନିରଂଜନ ରାଉତ, ମନୋଜ ମହାନ୍ତି, ଜିଲ୍ଲା କଂଗ୍ରେସ ସଂପାଦକ ସଂଗ୍ରାମ ପୃଷ୍ଟି, ସୁଦର୍ଶନ ମାହାଳି, ବ୍ଲକ୍ କିଷାନ କଂଗ୍ରେସ ସଭାପତି ରଂଜନ ପରିଜା, ରମାକାନ୍ତ ସ୍ୱାଇଁ, ପ୍ରଦୀପ ଲେଙ୍କା, ଗୟାଧର ପ୍ରଧାନ, ପ୍ରତାପ ଲେଙ୍କା, ଶଙ୍କର୍ଷଣ ମଲ୍ଲିକ, ଚିତରଂଜନ ରାଉତରାୟ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ମହାକାଳପଡା ବିଜେଡିର  ମିଶ୍ରଣ ପର୍ବ

କେନ୍ଦ୍ରାପଡ଼ା,୧୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର  ମହାକାଳପଡା ବ୍ଲକ ଅନ୍ତର୍ଗତ ମହାକାଳପଡା ଗ୍ରାମ  ପଂଚାୟତ  ନିମନ୍ତେ ସରପଂଚ ପଦବୀ  ପାଇଁ ଚଳିତ ଉପନିର୍ବାଚନରେ …

Leave a Reply

Your email address will not be published. Required fields are marked *