Tuesday , October 19 2021
Breaking News
Home / ଶିକ୍ଷା / ହାଇକୋର୍ଟଙ୍କ ଆଦେଶାନାମାକୁ ମାନୁନାହାଁନ୍ତି ଘରୋଇ ସ୍କୁଲ କର୍ତୃପକ୍ଷ, ବିଭିନ୍ନ ଆଳରେ ଯୋରଯଵରଦସ୍ତ ଆଦାୟ କରୁଛନ୍ତି ଦେୟ

ହାଇକୋର୍ଟଙ୍କ ଆଦେଶାନାମାକୁ ମାନୁନାହାଁନ୍ତି ଘରୋଇ ସ୍କୁଲ କର୍ତୃପକ୍ଷ, ବିଭିନ୍ନ ଆଳରେ ଯୋରଯଵରଦସ୍ତ ଆଦାୟ କରୁଛନ୍ତି ଦେୟ

କଟକ ସଦର, ୨୭/୦୯/୨୦୨୧(ଓଡିଶା ସମାଚାର/ ଵିଷ୍ଣୁ ବେହେରା): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସଵୁ ସ୍ତରର ସ୍କୁଲ ସଵୁକୁ ଆଜି ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି। ସ୍କୁଲ ବନ୍ଦ ସମୟରେ କୌଣସି ପ୍ରକାର ଦେୟ ଆଦାୟ ହୋଇପାରିବ ନାହିଁ ଵୋଲି ଓଡିଶା ଉଚ୍ଚ ନ୍ୟାୟାଳୟ ଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଚ୍. ସି ଓଡିଶା ଆଇ ଇ. ଡଵ୍ଲ୍ୟୁପି( ସି) ନଂ୧୧୨୯୯,୧୧୫୧୪ ଏବଂ ୩୨୨୫୯/୨୦୨୦ ରେ ରାୟ ଶୁଣାଇଥିଲେ। ଏଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଚିଠି ନଂ୧୩୩୭/ଏସ୍ ଏମ୍ ଇ ତାରିଖ ୧୯.୧.୨୧ ରେ ହାଇକୋର୍ଟ ଙ୍କ ନିର୍ଦ୍ଦେଶନାମା ଅନୁପାଳନ ପାଇଁ ଚିଠିଟିଏ ଦେଇ ଚୁପ୍ ହୋଇ ବସିରହିଲେ। ହେଲେ କୈ।ଣସି ଗୋଟିଏ ହେଲେ ବେସରକାରୀ ସ୍କୁଲ ନା ହାଇକୋର୍ଟ ନା ସରକାର କାହାରି ନିର୍ଦେଶନାମା କୁ ନମାନି ତାଙ୍କର ସେହି ଚିରାଚରିତ ଢଙ୍ଗରେ ଯୋର ଯଵରଦସ୍ତ ଦେୟ ଆଦାୟ କରି ଚାଲିଲେ। ଯାହା ଫଳରେ କରୋନାର ଘଡିସନ୍ଧି ସମୟରେ ଜୀଵନ ଜୀବିକା ହରାଇ ଵସିଥିଵା ଅଭିଭାବକ ଙ୍କ ମୁଣ୍ଡରେ ଵୋଝ ଉପରେ ନଳିତା ଵିଡା ଲଦି ହୋଇଥିବା ଯୋଗୁ ତୀବ୍ର ଅସନ୍ତୋଷ ଦେଖାଦେଇଛି ସେଥିରେ ସରକାର କେଵଳ ହାଇକୋର୍ଟ ଙ୍କ ନିର୍ଦେଶାନାମାକୁ ଚିଠି ଦ୍ବାରା ଜଣାଇ ତାଙ୍କର ଦାୟିତ୍ଵ ସମ୍ପାଦନା କରି ଚୁପ୍ ହୋଇ ଵସି ରହିଥିଵାକୁ ନେଇ ଏପରି ଅବସ୍ଥା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି।ଵେଳ ଥାଉଁ ଥାଉଁ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିଭିନ୍ନ ଅପ୍ରିତୀକର ପରିସ୍ଥିତି ସମ୍ଭାବନା କୁ ଏଡାଇ ଦେଇ ହେଵ ନାହିଁ ବୋଲି ଜଣାପଡିଛି। ଓଡିଶା ସମାଚାର

About admin

Check Also

ଇନ୍ଦୁପୁର ହାଇସ୍କୁଲ ପୂରାତନ ଛାତ୍ର ସଂସଦର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ହାଇସ୍କୁଲ ସମ୍ମିଳନୀ କକ୍ଷରେ ସଂସଦର କାର୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ …

Leave a Reply

Your email address will not be published. Required fields are marked *