କଟକ, ୨୬/୦୯/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି ମହାନଦୀ ପୋଲ ଉପରୁ ନଦୀ ମଧ୍ୟକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ବିଜେବି କଲେଜରେ )ସ୍ୱୟଂ ଶାସିତ ମହାବିଦ୍ୟାଳୟ) କେମେଷ୍ଟ୍ରି ବିଭାଗରେ ଲାବୋରେଟୋରୀ ଆସିଷ୍ଟାଣ୍ଟ ଭାବେ କାର୍ୟ୍ୟକରୁଥିବା ଦେବାଶିଷ ଦାସ ଏକ କାର ଯୋଗେ କଟକ ଜିଲା ର ଟାଙ୍ଗି ଯାଉଥିବାବେଳେ ମହାନଦୀ ପୋଲ ଉପରେ କାର ରଖିବାକୁ ଡ଼୍ରାଇଭରକୁ କହିଥିଲେ । ଡ଼୍ରାଇଭର ଗାଡ଼ି ରଖିବା ପରେ ସେ ହଠାତ୍ ପୋଲର ବାଡ଼ା ଉପରକୁ ଚଢ଼ିଯାଇ ମହାନଦୀ କୁ ଡ଼େଇଁ ପଡ଼ିଥିଲେ । ମହାନଦୀର ସ୍ରୋତରେ ସେ ଭାସି ଯାଇଥିଲେ । ଖବର ପାଇ ପୋଲିସ ପହଂଚି ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ । ଦେବାଶିଷ ଚାଉଳିଆଗଂଜରେ ରହୁଥିଲେ । ତାଙ୍କର କିଛି ପାରିବାରିକ ସମସ୍ୟା ଥିଲା । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ତାଙ୍କର ପତା ମିଳିନାହିଁ । ଓଡ଼ିଶା ସମାଚାର