Wednesday , June 29 2022
Breaking News
Home / Uncategorized / ଭାରତର ମୁଖ୍ୟ ବିଚାରପତିଙ୍କ ଦ୍ଵାରା ନବ ନିର୍ମିତ ଆଇନ୍ ସେବା ଭବନ ଲୋକାର୍ପିତ

ଭାରତର ମୁଖ୍ୟ ବିଚାରପତିଙ୍କ ଦ୍ଵାରା ନବ ନିର୍ମିତ ଆଇନ୍ ସେବା ଭବନ ଲୋକାର୍ପିତ

କଟକ, ୨୬/୦୯/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଶନିବାର ଦିନ ଭାରତର ମୁଖ୍ୟ ବିଚାରପତିଙ୍କ ଦ୍ଵାରା ନବ ନିର୍ମିତ ଆଇନ୍ ସେବା ଭବନ ଲୋକାର୍ପିତ ହୋଇଯାଇଛି। ଉଚ୍ଚତମ ନ୍ୟାୟାଳୟର ଅନ୍ୟତମ ବିଚାରପତି ନ୍ୟାୟମୂର୍ତ୍ତି ୟୁ ୟୁ ଲଳିତ ଓ ନ୍ୟାୟମୂର୍ତ୍ତି ଭିନିଟ ସରନ୍, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ଓ ଅନ୍ୟାନ୍ୟ ବିଚାରପତି ମାନଙ୍କ ଉପସ୍ଥିତିରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିଥିମାନେ ଉଚ୍ଚ ନ୍ୟାୟାଳୟର ନଥିପତ୍ରର କମ୍ପ୍ୟୁଟରୀକରଣ କାମକୁ ଅନୁଧ୍ୟାନ କରିଥିଲେ। ଏହାପରେ ଓଡ଼ିଶା ଯୁଡ଼ିସିଆଲ ଏକାଡେମୀ ପରିସରରେ ଅନୁଷ୍ଠିତ ଏକ ସଭାରେ ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଓଡ଼ିଶାର କୌଣସି ଜଣେ ମଧ୍ୟ ଯେପରି ନ୍ୟାୟ ପାଇବାରୁ ବଞ୍ଚିତ ନହେବେ ଏକଥା ବିଚାର ବିଭାଗର କର୍ତ୍ତବ୍ୟ ହେବ। ଏବେ ବହୁ ସଂଖ୍ୟାରେ ମହିଳା ବିଚାରପତିମାନେ କାର୍ୟ୍ୟ କରୁଥିବା ଏକ ଉଲଲେଖନୀୟ ଘଟଣା।

  ମୁଖ୍ୟ ନ୍ୟୟାଧିଷ ଶ୍ରୀ ରମନା ତାଙ୍କ ବକ୍ତବ୍ୟରେ ଏହି କାର୍ୟ୍ୟ ପାଇଁ ରାଜ୍ୟ ସରକାର ଏବଂ ଆଡଭୋକେଟ ଜେନେରାଲଙ୍କୁ ଧନ୍ୟବାଦ ଦେବା ସହ ସମାଜର ପ୍ରତି ବ୍ୟକ୍ତି ଯେଭଳି ସମ୍ବିଧାନ ପ୍ରଦତ୍ତ ଅଧିକାର ପାଇପାରିବେ ସେଥି ପାଇଁ    ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଅତିଥିମାନେ ଉଚ୍ଚ ନ୍ୟାୟାଳୟର ନୂତନ ଓ ପୁରାତନ କୋର୍ଟ କୁ ବୁଲି ଦେଖିଥିଲେ। ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଭୁକମ୍ପ ର ଝଟକା

Leave a Reply

Your email address will not be published. Required fields are marked *