Wednesday , October 20 2021
Breaking News
Home / ତାଜା ଖବର / ପୁଲିସ ବାବୁ ଲାଂଚନେବା ବେଳେ ବାନ୍ଧିଲା ଭିଜିଲାନ୍ସ

ପୁଲିସ ବାବୁ ଲାଂଚନେବା ବେଳେ ବାନ୍ଧିଲା ଭିଜିଲାନ୍ସ

କଟକ,୨୬/୦୯/୨୦୨୧(ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପୁରୀ ଜିଲା  ଗୋପ ଥାନା ର ଏଏସଆଇ ରାଧାଶ୍ୟାମ ନାୟକ। ରାଜ୍ୟ ଭିଜିଲାନ୍ସ ନିର୍ଦ୍ଧେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୋପ ଥାନା କେଶ ନଂ -୪୧୦/୨୦୨୧ ରେ ଜାମିନ୍ ଦେବା ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ପୂର୍ବାହ୍ନରେ ଭୂବନେଶ୍ବର ଭିଜିଲାନ୍ସ ଓ ପୁରୀ ଭିଜିଲାନ୍ସ ବିଭାଗ ଟିମ ହାତରେ ଧରାପଡିଛନ୍ତି ଏଏସଆଇ ନାୟକ। ଗୋପ ଥାନା ଅଧୀନ ଗଣେଶ୍ବରପୁର ପଂଚାୟତ ସୁବର୍ଣ୍ଣପୁର ଗ୍ରାମର ମନୋରଂଜନ ଵେହେରାଙ୍କ ଏକ ଜମିବାଡି କେସକୁ ଫଇସଲା କରିବା ପାଇଁ ଏଏସଆଇ ଶ୍ରୀ ନାୟକ ଥାନା ପରିସରରେ ଥିବା ତାଙ୍କ ଵାସଗୃହରେ ମନୋରଂଜନଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଭୂବନେଶ୍ବର ଭିଜିଲାନ୍ସ ଅଫିସକୁ ନେଇ ଯାଇଥିବା ବେଳେ ତାଙ୍କ ବାସଗୃହ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ତାଙ୍କ କେନ୍ଦ୍ରାପଡ଼ା ଟାଉନ୍ ସୁନେଲୋ ଠାରେ ଥିବା ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତାଙ୍କୁ ଗିରଫ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଷ୍ପଷ୍ଟ ଦିବାଲୋକ ରେ ବନ୍ଧୁକ ଦେଖାଇ ଉତ୍କର୍ଷ ସ୍ମଲ ଫାଇନାନସ ବ୍ୟାଙ୍କ ରୁ ଲୁଟ

ସାଲେପୁର,୧୮/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା) – ଦିନ ଦୁଇ ପ୍ରହରରରେ କଟକ ଜିଲ୍ଲା ସାଲେପୁର ମାଛୁଆତି ବଜାର ନିକଟ ଏକ …

Leave a Reply

Your email address will not be published. Required fields are marked *