Wednesday , December 8 2021
Home / ବିଶେଷ / ପାସେଞ୍ଜର ଟ୍ରେନ ନିୟମିତ ଚଳାଇବା ଉଦ୍ଧେଶ୍ୟରେ ଦାବିପତ୍ର

ପାସେଞ୍ଜର ଟ୍ରେନ ନିୟମିତ ଚଳାଇବା ଉଦ୍ଧେଶ୍ୟରେ ଦାବିପତ୍ର

ନିରାକାରପୁର, ୨୬/୦୯/୨୦୨୧(ଓଡ଼ିଶା ସମାଚାର)- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ପ୍ରାୟ ୨ବର୍ଷ ଧରି ଭାରତୀୟ ରେଳବାଇ ପାସେଞ୍ଜର ଟ୍ରେନଗୁଡ଼ିକର ଚଳାଚଳ ବନ୍ଦ ରଖିଥିବାବେଳେ ହାତ ଗଣତି କିଛି ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି । ଏହା ପୁଣି ବ୍ୟୟବହୁଳ ସହିତ ପୂର୍ବରୁ ଟିକେଟ ବୁକିଙ୍ଗ କରିବାକୁ ପଡ଼ୁଛି । ଏହା ଫଳରେ ଦୈନନ୍ଦିନ ଯାତ୍ରା କରୁଥିବା ଡ଼େଲି ପାସେଞ୍ଜର ନାହିଁ ନଥିବା ହଇରାଣ ହେଉଛି । ତେଣୁ ସମସ୍ତ ପାସେଞ୍ଜର ଟ୍ରେନକୁ ଚଳାଚଳ କରାଇବା, ସ୍ୱଳ୍ପମୂଲ୍ୟରେଟିକେଟ ବିକ୍ରି କରିବା ଓ ମାସିକିଆ, ତ୍ରୟୋମାସିକିଆ ଟିକେଟ ବିକ୍ରୀ କରିବା ଦାବି କରି ଆଜି ବ୍ରହ୍ମପୁରଠାରୁ ଭୁବନେଶ୍ୱର ପର୍ୟ୍ୟନ୍ତ ସମସ୍ତ ଡ଼େଲି ପାସେଞ୍ଜର ସ୍ଥାନୀୟ ଷ୍ଟେସନମାଷ୍ଟରଙ୍କ ଜରିଆରେ ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ରେଳବାଇ ଜେନେରାଲ ମ୍ୟାନେଜରଙ୍କୁ ଦାବିପତ୍ରମାନ ପ୍ରଦାନ କରିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ,ଗୋଳବାଇ ଓ ତାପଙ୍ଗ ଷ୍ଟେସନରେ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ଗୋଳବାଇ ଷ୍ଟେସନରେ ଆବାହକ ଘନଶ୍ୟାମ ବେହେରା, ସଂଗ୍ରାମ ବେହେରା, ସନ୍ତୋଷ ବେହେରା, ସନ୍ତୋଷ କୁମାର ସାହୁ, ମାନସ ସେଠୀ, ବିଗନ ସାହୁ ଓ ସୁକାନ୍ତ ରଣସିଂହ ପ୍ରମୁଖ ବିକ୍ଷୋଭ କରିବା ସହ ଦାବି ପତ୍ର ଷ୍ଟେସନ ମାଷ୍ଟରଙ୍କୁ ପ୍ରଦାନ କରିଥିଲେ । ସେହିପରି ତାପଙ୍ଗ ଷ୍ଟେସନରେ ସଂଘର ସଭାପତି ସୌମ୍ୟରଞ୍ଜନ ହରିଚନ୍ଦନଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭରେ ହିମାଂଶୁ ପାତ୍ର, ଆଦିକନ୍ଦ ଘଟୁଆରୀ, ଗୋପିନାଥ ଜେନା, ସପନ କୁମାର ପଟ୍ଟନାୟକ, ରଞ୍ଜନ କୁମାର ମହାପାତ୍ର, ଗଜେନ୍ଦ୍ର କୁମାର ବରାଳ, ଶ୍ରୀନିବାସ ପାଇକରାୟ, ଶ୍ରୀବତ୍ସ ମହାରଣା, ଚିତରଞ୍ଜନ ମିଶ୍ର, ଆଶୁତୋଷ ରାଉରାୟ ,ଭାସ୍କର ମହାରଣା, ଅଜିତ ପାଇକରାୟ ଓ ଶ୍ରୀକାନ୍ତ ବଳବନ୍ତରାୟ ପ୍ରମୁଖ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *