Friday , October 22 2021
Breaking News
Home / ବିଶେଷ / ପାରାଦୀପ ବନ୍ଦର ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର

ପାରାଦୀପ ବନ୍ଦର ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର

ପାରାଦୀପ ୨୬/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧିନ ରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ରବିବାର ଦିନ ଆୟୋଜିତ ହୋଇଯାଇଛି । ଗଡକୁଜଙ୍ଗ ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ବନ୍ଦର ର ଉପାଧ୍ୟକ୍ଷ ଏ.କେ.ବୋଷ ଏହି ଶିବିର କୁ ଉଦଘାଟନ କରିଥିଲେ । ବନ୍ଦର ର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହ୍ଲାଦ ଚନ୍ଦ୍ର ପଣ୍ଡା, ପାରାଦୀପ ଲେଡିଜ୍ କ୍ଲବ ର ଉପାଧ୍ୟକ୍ଷା ସୁଚିସ୍ମିତା ବୋଷ୍, ଗଡକୁଜଙ୍ଗ ସରପଂଚ ସମ୍ପଦ କୁମାର ବାରିକ, ଗଡକୁଜଙ୍ଗ ଯୁବକ ସଂଘ ର ସଦସ୍ୟ ଓ କର୍ମକର୍ତା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ପାରାଦୀପ ବନ୍ଦର ଚିକିତ୍ସାଳୟ ର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହ୍ଲାଦ ଚନ୍ଦ୍ର ପଣ୍ଡା ଙ୍କ ସମେତ ଡାକ୍ତରୀ ଦଳ ଓ ସ୍ୱାସ୍ଥ୍ୟ ସହେଯାଗୀମାନେ ଯୋଗ ଦେଇ ହଜାର ରୁ ଉଦ୍ଧ୍ୱର୍ ଶିବିରାର୍ଥୀ ଙ୍କ ମାଗଣା ରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପାରିପାଶ୍ୱର୍ିକ ଉନ୍ନୟନ ଦାୟିତ୍ୱବୋଧତା ଅଧିନ ରେ ପାରାଦୀପ ବନ୍ଦର ଏହି ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ର ଆୟୋଜନ କରିଥିଲା । ଆଗାମୀ ଦିନ ମାନଙ୍କ ରେ ପାରାଦୀପ ବନ୍ଦର ପାରିପାଶ୍ୱର୍ିକ ଉନ୍ନୟନ ଦାୟିତ୍ୱବୋଧତା ଅଧିନ ରେ ଏହି ଭଳି ସ୍ୱସ୍ଥ୍ୟ ଶିବିର ମାନ ଜନସାଧାରଣମାନଙ୍କ ନିମନ୍ତେ ଆୟୋଜନ କରିବ ବୋଲି ବନ୍ଦର ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରେସ୍ ଇସ୍ତାହାର ରୁ ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *