Saturday , October 16 2021
Breaking News
Home / ବିଶେଷ / ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ , ପାନୀୟ ଜଳ ପାଇଁ ଲୋକେ ହିନସ୍ତା

ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ , ପାନୀୟ ଜଳ ପାଇଁ ଲୋକେ ହିନସ୍ତା

ଗରଦପୁର, ୨୬/୦୯/୨୦୨୧(ଓଡ଼ିଶା ସମାଚାର)- ବକେୟା ବିଦ୍ୟୁତ୍ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ହେବାରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଇଥିବାରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବସ୍ତୁତ ଅଚଳ ହୋଇ ପଡିଛି । ବିଦ୍ୟୁତ ସଂଯୋଗ ନଥିବାରୁ ସମ୍ପୃକ୍ତ ଗ୍ରାମର ଦୁଇ ହଜାରୁ ଉଦ୍ଧ୍ୱର୍ ଲୋକମାନେ ପାନୀୟ ଜଳପାଇବାରୁ ବଂଚିତ ହୋଇଛନ୍ତି । ପ୍ରକାଶ ଯେ, ପାଟକୁରା ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇ ଗ୍ରାମର ଲୋକମାନଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗଣ କରାଯାଉଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ଦାଇତ୍ୱ ପଂଚାୟତ ହାତ ରେ ଦିଆଯାଇଛି । ଏହି ପ୍ରକଳ୍ପର ବିଦ୍ୟୁତ୍ ଦେୟ ବକେୟା ରହିଥିବାରୁ ଗରଦପୁର ବିଦ୍ୟୁତ୍ ସେକ୍ସନ ପକ୍ଷରୁନ ସମ୍ପୃକ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଇଛିି । ଫଳରେ ଏହି ପ୍ରକଳ୍ପ ଅଚଳ ହୋଇପଡିବାରୁ ଏହି ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଗ୍ରାମର ପ୍ରାୟ ୨ ହଜାରରୁ ଉଦ୍ଧ୍ୱର୍ ଲୋକ ପାନୀୟ ଜଳ ପାଇବାରୁ ବଂଚିତ ହୋଇଛନ୍ତି । ଏହି ଗ୍ରାମର ପାଣି ଲବଣାକ୍ତ ଏବଂ ଗ୍ରାମରେ ମାତ୍ର ୩ଗୋଟି ନଳକୂପ ରହିଛି । ଏ ସମ୍ପର୍କରେ ଗରଦପୁର ବିଦ୍ୟୁତ୍ ସେକ୍ସନ୍ର କନିଷ୍ଟ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହନ୍ତି ଯେ, ପାନୀୟ ଜଳ ପ୍ରକଳ୍ପର ବକେୟା ବିଦ୍ୟୁତ୍ ଦେୟ ପଂଚାୟତ ପୈଠ କରୁ ନ ଥିବାରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଇଛି । ଏ ସମ୍ପର୍କରେ ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ କହନ୍ତି ଯେ, ବିଦ୍ୟୁତ ଦେୟ ପୈଠ ପାଇଁ ପଂଚାୟତକୁ ଅବଗତ କରା ନ ଯାଇ ବିଦ୍ୟୁତ୍ ବିଭାଗ ମନମୁଖୀ ଭାବରେ ପାନୀୟ ଜଳ ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିଥିବାରୁ ଗ୍ରାମର ଲୋକମାନେ ପାନୀୟ ଜଳ ପାଇଁ ହଇରାଣ ହରକତ ହେଉଛନ୍ତି । ଏହି ପଂଚାୟତରେ ପାଟକୁରା ଓ ଚକବାହାକୁଦ ଗ୍ରାମ ଠାରେ ଅନ୍ୟ ଏକ ପ୍ରକଳ୍ପ ରହିଥିବାରୁ ମୋଟ ତିନି ଗୋଟି ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ଦେୟ ବାବଦ ମୋଟ ୨୧ହଜାର୨୦୬ଟଙ୍କା ଗତ ୨୧ ତାରିଖ ଦିନ ଅନ୍ ଲାଇନ୍ ରେ ପୈଠ କରାଯାଇଛି । ଯାହା ଫଳରେ ଅନ୍ୟ ଦୁଇଗୋଟି ପ୍ରକଳ୍ପକୁ ସମ୍ପୃକ୍ତ ନୂଆପଡା ବିଦ୍ୟୁତ୍ ସେକ୍ସନ ପକ୍ଷରୁ ବିଦ୍ୟୁତ୍ ସଂଯୋଗ ପୂର୍ବ ପରି ରହିଥିବା ବେଳେ,ଗରଦପୁର ବିଦ୍ୟୁତ୍ ସେକ୍ସନ ପକ୍ଷରୁ ଜଗନ୍ନାଥପୁର ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗକୁ ବିଛିନ୍ନ କରାଯାଇଛି । ଜଗନ୍ନାଥପୁର ପାନୀୟ ଜଳ ପ୍ରକଳ୍ପ ପାଇଁ ବିଦ୍ୟୁତ୍ ଦେୟ ପ୍ରଶାସନିକ କେତେକ ଅବ୍ୟବସ୍ଥା ଯୋଗୁଁ ଗରଦପୁର ବିଦ୍ୟୁତ୍ ସେକ୍ସନରେ ପହଂଚିବାରେ ବିଳମ୍ବ ହୋଇଛି । ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସମ୍ପର୍କରେ ସରପଂଚ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଜଗନ୍ନାଥପୁର ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ କରି ପ୍ରକଳ୍ପ ସଚଳ କରାଇବା ପାଇଁ ଗ୍ରାମର କୁମର ରାଉତ,ରମେଶ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ସାମନ୍ତରାୟ, ପବିତ୍ର କୁମାର ସାହୁ ପ୍ରମୂଖ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *