Friday , January 28 2022
Breaking News
Home / ବିଶେଷ / ଡେଲି ପାସେଂଜର ଟ୍ରେନ୍ ଚଳାଚଳ ଦାବିରେ ଭୁବନେଶ୍ୱର ରେଳ ଷ୍ଟେସନ୍ ସମୁଖରେ ବିକ୍ଷୋଭ

ଡେଲି ପାସେଂଜର ଟ୍ରେନ୍ ଚଳାଚଳ ଦାବିରେ ଭୁବନେଶ୍ୱର ରେଳ ଷ୍ଟେସନ୍ ସମୁଖରେ ବିକ୍ଷୋଭ

ଭୁବନେଶ୍ୱର,୨୬/୦୯/୨୦୨୧(ଓଡ଼ିଶା ସମାଚାର)- କୋଭିଡ୍-୧୯ର ପ୍ରତିଷେଧକ ସ୍ୱରୂପ ୨୦୨୦ ମସିହା ଏପି୍ରଲ ମାସରୁ ଓଡ଼ିଶରେ ଚଳାଚଳ କରୁଥିବା ଡେଲି ପାସେଂଜର ଟ୍ରେନ୍ ବାତିଲ କରାଯାଇଅଛି । ଆମ ରାଜ୍ୟର ଲକ୍ଷଲକ୍ଷ ଶ୍ରମିକ ଓ କର୍ମଚାରୀମାନଙ୍କ ଜୀବିକା ହିଁ ଜୀବନ । ଏହାକୁ ଅନୁଭବ କରି ସରକାର କୋଭିଡ୍-୧୯ ମାର୍ଗଦର୍ଶିକାର ଅନେକ କଟକଣା କୋହଳ କରି ଜୀବିକା ଉପାର୍ଜନ ପାଇଁ ବାଟ ଫିଟାଇଛନ୍ତି । ମାତ୍ର ଡେଲି ପାସେଂଚର ଟ୍ରେନ୍ ଚଳାଚଳ ଆରମ୍ଭ ନ ହୋଇଥିବାରୁ ସଡ଼କ ପଥରେ ବସ୍ ଓ ମଟର ସାଇକେଲ ଦ୍ୱାରା ଦୈନିକ ୫୦/୧୦୦ ଟଙ୍କା ଖର୍ଚ୍ଚ କରି ଯାତାୟତ କରିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇପଡ଼ିଛି । କର୍ମସ୍ଥଳୀକୁ ଯିବା ସହିତ ଜରୁରୀ ସମୟରେ ହସ୍ପିଟାଲ୍, ସରକାରୀ କାର୍ଯ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାନୁଷ୍ଠାନକୁ ଯିବା ସମ୍ଭବ ହେଉନାହିଁ ।
ଡେଲି ପାସେଂଜର ଟ୍ରେନ୍ ଗୁଡ଼ିକର ପୁନଃ ଚଳାଚଳ ଆରମ୍ଭ କରିବା, ପ୍ରତ୍ୟେକ ରେଳ ଷ୍ଟେସନ୍ କାଉନ୍ଟରରେ ଡେଲି ଓ ମାସିକା ସିଜିନ୍ ଟିକେଟ୍ ବିକ୍ରି ଦାବିରେ ଡେଲି ପାସେଂଜର ମହାସଂଘ ତରଫରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହାସଂଘର ରାଜ୍ୟ ସଂଯୋଜକ ରାମଶଙ୍କରଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଳଷ୍ଟେସନ୍ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଷ୍ଟେସନ୍ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଷ୍ଟେସନ୍ ମାଷ୍ଟରଙ୍କ ଜରିଆରେ ମାନ୍ୟବର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ମହାସଂଘ ଉପସଭାପତି ବିଜୟ ଜେନା ବକ୍ତବ୍ୟ ରଖିଥିଲେ ଏବଂ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଲାଲା ଲଜପତ ରାୟଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେଲେ ଭାରତ ବିଶ୍ୱରେ ଶେଷ୍ଠ୍ର ରାଷ୍ଟ୍ରରେ ପରିଣତ ହୋଇ ପାରିବ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଆଦର୍ଶରେ …

Leave a Reply

Your email address will not be published. Required fields are marked *