Saturday , October 16 2021
Breaking News
Home / ବିଶେଷ / “ଆଜାଦି କି ଅମ୍ରିତ ମହୋତ୍ସବ” ଅବସରରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଡିଭିଜନ ତରଫରୁ କଟକ ରେଲୱେ ଇନଷ୍ଟିଚ୍ୟୁଟ ଠାରେ ରକ୍ତଦାନ ଶିବିର ଆୟୋଜିତ

“ଆଜାଦି କି ଅମ୍ରିତ ମହୋତ୍ସବ” ଅବସରରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଡିଭିଜନ ତରଫରୁ କଟକ ରେଲୱେ ଇନଷ୍ଟିଚ୍ୟୁଟ ଠାରେ ରକ୍ତଦାନ ଶିବିର ଆୟୋଜିତ

କଟକ, ୨୬/୦୯/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ରେଳବିଭାଗ ତରଫରୁ ସମଗ୍ର ଦେଶରେ ଆରପିଏଫ ର ୩୭ତମ ପ୍ରତିଷ୍ଠା ଦିବସ ୭୫ତମ ସ୍ଵାଧୀନତା ଦିବସ ପାଳନ “ଆଜାଦି କି ଅମ୍ରିତ ମହୋତ୍ସବ” ଅବସରରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଡିଭିଜନ ତରଫରୁ କଟକ ରେଲୱେ ଇନଷ୍ଟିଚ୍ୟୁଟ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଆୟୋଜିତ ଏହି ରକ୍ତଦାନ ଶିବିରକୁ ରେଳ ଅଧିକାରୀ ଏମ୍.ଶାମ୍ବା ଶିବା ରାଓ, ଆରପିଏଫ ଥାନା ଅଧିକାରୀ ପ୍ରବୀଣ କୁମାର ଉଦ୍ଘାଟନ କରିଥିଲେ। ଶିବିରରେ ଆରପିଏଫ କର୍ମଚାରୀ ,ରକ୍ତଦାତା ରକ୍ତଦାନ କରିଥିଲେ। ମୋଟ ୭୫ୟୂନିଟ୍ ରକ୍ତ ସଂଗୃହିତ ହୋଇଥିଲା। ରକ୍ତଦାନ ଶିବିରରେ ଆଇଜି ରାଜାରାମ, ଡିଆଇଜି ସାନ୍ତାରାମ, ଚୌଦ୍ୱାର-କଟକ ବିଧାୟକ ଶ୍ରୀମାନ ସୌଭିକ ବିଶ୍ଵାଳ, ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ରକ୍ତଦାନ ଭଳି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟରେ ସହଯୋଗ କରିଥିବା ସମସ୍ତ ଆରପିଏଫ ଥାନା ଅଧିକାରୀ ସମସ୍ତ ଶୁଭେଚ୍ଛୁ ଓ ରକ୍ତଦାତାଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *