କଟକ ସଦର ୨୬/୦୯/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ଵେହେରା): ଗତ କାଲି ଶନିବାର ସକାଳେ ଆଠଗଡ ଵନାଞ୍ଚଳ ଅନ୍ତର୍ଗତ ମେଘା ନିକଟସ୍ଥ ପାଟେଣିଗାଁ ଠାରେ ମହାନଦୀ କୂଳରେ ଭାସୁଥିବା ଏକ ହାତୀର ମୃତ ଦେହ ଉଦ୍ଧାର ହୋଇଥିଵା ଵେଳେ ଆଜି ରଵିଵାର ଆଉ ଗୋଟିଏ ହାତୀର ଶଵ ଯୋଵ୍ରା ଆନିକଟ ର ୨୬ ନମ୍ଵର ଗେଟ୍ ନିକଟରେ ଲାଗିଥିଵା ଦେଖିବାକୁ ମିଳିଛି।ମହାନଦୀରେ ପ୍ରଵଳ ପାଣିର ସ୍ରୋତ ଥିଵାରୁ ମୃତ ହାତୀ ର ଶଵ ଉଦ୍ଧାର ହେଵା ନେଇ ସମସ୍ୟା ଦେଖାଦେଇଛି।ମୁଣ୍ଡୁଳି ଵ୍ୟାରେଜ ନିକଟରେ ଫସି ରହିଥିଵା ହାତୀ ଶାଵକୁ ଉଦ୍ଧାର କରିଵାରେ ଵନ ଵିଭାଗର ପାରିଵା ପଣିଆ ପଦାରେ ପଡିଥିଵା ଵେଳେ ଅନ୍ୟ ଏକ ହାତୀ ର ଶଵ କୁ ନେଇ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି।ଓଡ୍ରାଫ୍ ଟିମ୍ ପାଣିରେ ଵୁଡି ଯିଵା କିମ୍ବା ମୃତ ଶରୀରକୁ ଉଦ୍ଧାର କରିଵା କଳାକୈ।ଶଳ ଯାଣିଥିଵା ଵେଳେ ହାତୀକୁ କ’ଣ ଵୋଟ୍ ରେ ଉଦ୍ଧାର କରି ଆଣିଵାକୁ ଯାଇଥିଲେ କି ଵୋଲି ପ୍ରଶ୍ନ ହେଉଛି। ବୈଷୟିକ ଜ୍ଞାନ କୌଶଳ ଅଭାଵରୁ ହାତି ଛୁଆ ମଲା ସେଥିରେ ଆଉ ଦୁଇଟି ମଣିଷଙ୍କର ଅମୂଲ୍ୟ ଜୀଵନ ଵି ଗଲା। ଯୋବ୍ରା ଆନିକଟ ଠାରେ ମୃତ ହାତୀ ର ଶଵ ଦେଖିବାକୁ ବର୍ଷା ସତ୍ବେ ପ୍ରଵଳ ଭିଡ ଦେଖିବାକୁ ମିଳିଛି। ଓଡ଼ିଶା ସମାଚାର
