Tuesday , October 26 2021
Breaking News
Home / ବିଶେଷ / ଅଜଣା ଗାଡି ଧକ୍କା ରେ ବୃଦ୍ଧ ଗୁରୁତର

ଅଜଣା ଗାଡି ଧକ୍କା ରେ ବୃଦ୍ଧ ଗୁରୁତର

ବାଲିଗୁଡା,୨୬/୦୯ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ନିକଟସ୍ଥ ତେଙ୍ଗଡ଼ାପଥର ଛକ ନିକଟରେ ଅଜଣା ବୋଲେରୋ ପିକଅପ ଗାଡି ଧକାରେ ତେଙ୍ଗଡ଼ାପଥର ନିବାସୀ ଖଲେଶ୍ଵର ଦିଗାଳ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ଅଧିକ ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିବା ଜଣା ପଡିଛି । ସୂଚନା ଅନୁସାରେ ଗାଡିଟି କଳିଙ୍ଗା ପଟୁ ଫୁଲବାଣୀ ଅଭିମୁଖେ ଦୃତ ଗତିରେ ଯାଉଥିଲାବେଳେ ଏହି ଦୁର୍ଘଟଣା ପରେ ମଧ୍ୟ ଗାଡି ର ନମ୍ବର ଦେଖିବାକୁ ଲୋକେ ସକ୍ଷମ ହୋଇ ପାରିନଥିଲେ । ଏଯାଏ ଥାନାରେ କୌଣସି ଏତଲା ଦିଆ ଯାଇନଥିବା ସୂଚନା ମିଳିଛି । ଏତଲା ପରେ ସିସି ଟିଭି ଯାଞ୍ଚ ପରେ ଗାଡିଟିକୁ ଠାବ କରାଯିବ ବୋଲି ଟିକାବାଲି ଥାନା ଅଧିକାରୀ ଅଜୟ କୁ ସ୍ୱାଇଁ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *