Saturday , October 16 2021
Breaking News
Home / ବିଶେଷ / ସହିଦ ବିକ୍ରମ ସାହୁଙ୍କ ଦ୍ଵାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ସହିଦ ବିକ୍ରମ ସାହୁଙ୍କ ଦ୍ଵାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ମାହାଙ୍ଗା,୨୫/୦୯/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଦନ୍ତେୱାଡା ଠାରେ କାର୍ୟ୍ୟରତ ଅବସ୍ଥାରେ ପ୍ରାଣବଳୀ ଦେଇଥିବା ସହିଦ ଯବାନ ବିକ୍ରମ କେଶରୀ ସାହୁଙ୍କ ସ୍ମୁତିରେ ତାଙ୍କ ଜନ୍ମମାଟି ସିପୁରା ଠାରେ ପ୍ରଦୀପ୍ତ ରାଉତରାୟଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଦେଶ ପାଇଁ ବୀର ଯବାନ ବିକ୍ରମ ସାହୁଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି ବୋଲି କହିଥିଲେ ।
ପଣ୍ଡିତ ବ୍ରଜରାଜ କର ବେଦପାଠ କରିଥିବା ବେଳେ, କଣ୍ଠଶିଳ୍ପୀ ପ୍ରଦୀପ୍ତ ନାୟକ ରାମଧୁନୀ ଗାନ କରିଥିଲେ । ଉତ୍ସବରେ କବି ପ୍ରଶାନ୍ତ କର, ଇଞ୍ଜିନିଅର ଜିତେନ୍ ରାଉତରାୟ, ସାମ୍ବାଦିକ ଅଖିଳେଶ ମହାନ୍ତି,କବି ରୁଦ୍ର ପ୍ରସନ୍ନ ସାମଲ,ଶାରଦା ମହାନ୍ତି, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ଅନିରୁଦ୍ଧ ସାମଲ, ବିଳାସ ବାରିକ, ବଟକୃଷ୍ଣ ଦାଶ,ସାମ୍ବାଦିକ ଅଶୋକ ଦାଶ,ରମେଶ ସାହୁ,ତୁଷାରଜ୍ୟୋତି ନାୟକ, ହେମନ୍ତ ଦାସ, ଦିବାକର ରାଉତ, ଅଭିମନ୍ୟୁ ନାୟକ, ପଞ୍ଚାନନ ପଣ୍ଡା, ଶୁଭେନ୍ଦୁ ସାମଲ,ସଚିନ୍ଦ୍ର ସାହୁ, ଶରତ ଚନ୍ଦ୍ର ରାଉତରାୟ, ନିହାରକାନ୍ତି ହରିଚନ୍ଦନ, ବାବାଜୀ ସାହୁ,ପ୍ରଶାନ୍ତ ମଲ୍ଲିକ, ହେମନ୍ତ ପ୍ରଧାନ,କ୍ଷୀରୋଦ ଚନ୍ଦ୍ର ବିହାରୀ,ରୁପାଲୀ ସାହୁ, ମଞ୍ଜୁଲତା ସାହୁ, ସରିତା ଲେଙ୍କା, ହରପ୍ରିୟା ହରିଚନ୍ଦନ,ସଂଗ୍ରାମ ସାହୁ,ଦୀପକ ଦାଶ ପ୍ରମୁଖ ଦିବଂଗତ ବୀର ଯବାନ ବିକ୍ରମ କେଶରୀଙ୍କ ଅମ୍ଲାନ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଦେଶ ମାତୃକାର ସୁରକ୍ଷାରେ ପ୍ରାଣବଳୀ ଦେଇଥିବା ଶହୀଦଙ୍କ ଗୁଣଗାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *