କେନ୍ଦ୍ରାପଡ଼ା,୨୫/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରସଂସ୍ଥାସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାମନ୍ଦିରର ଅଧ୍ୟକ୍ଷଙ୍କ ପୌରହିତ୍ୟରେ ଶୁକ୍ରବାର ବିଦ୍ୟାମନ୍ଦିରର ପୂର୍ବତନ ସଭାପତି ସଂଜୟ କୁମାର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବିଦ୍ୟାମନ୍ଦିରର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସ୍ୱର୍ଗତ ସଂଜୟ କୁମାରଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର