ନିଶ୍ଚିନ୍ତକୋଇଲି, ୨୪/୦୯/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରା ଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୪ତାରିଖ ଦିନ ଏକ ମେଗା ରକ୍ତଦାନ ଶିବିର ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହେବା ନିମନ୍ତେ ପ୍ରସ୍ତୁତି ବୈଠକ ରେ ସ୍ଥିରିକୃତ ହୋଇଛି । କଟକ ସଦର ନିର୍ବାଚନ ମଣ୍ଡଳୀ କଳମିଶ୍ରି ପଂଚାୟତ ର ପଂଚାୟତ କଳା ପରିଷଦ ପ୍ରାଙ୍ଗଣରେ ଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ୧୪ଟି ପଂଚାୟତ ର ବିଜୁ ଜନତା ଦଳ ର କାର୍ୟ୍ୟକର୍ତ୍ତାମାନେ ଯୋଗଦେଇ ଆଲୋଚନା ରେ ଭାଗ ନେଇ ଥିଲେ ।ଏହି ରକ୍ତଦାନ ଶିବିର କୁ ସଫଳ କରିବା ନିମନ୍ତେ କାର୍ୟ୍ୟକର୍ତ୍ତା ଓ କର୍ମୀ ମାନେ ନିୟୋଜିତ ରହିବାକୁ ନିଷ୍ପତି ହୋଇଥିଲା । ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି କାର୍ୟ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ପର୍ୟ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, କଟକ ସଦର ଯୁବ ବିଜେଡି ସଭାପତି ହିମାଂଶୁ ଦାସ, ନିଶ୍ଚିନ୍ତକୋଇଲି ଯୁବ ବିଜେଡିକାର୍ୟ୍ୟକାରୀ ସଭାପତି ବିଶ୍ୱ ଭୂଷଣ ନାୟକ , ଛାତ୍ର ବିଜେଡି ସଭାପତି ବଳଦେବାନନ୍ଦ ଦାଶ, କଳମିଶ୍ରି ଯୁବ ବିଜେଡି ସଭାପତି ବିଶ୍ୱଜିତ ପରିଡା, ଜୀବନ ବିନ୍ଦୁ ସଂଯୋଜକ ମହମ୍ମଦ ରୁସ୍ତମ, ଯୁବ ନେତା ଭୈରବ କାସତ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ । ଶକ୍ତି ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
