Friday , August 12 2022
Home / ବିଶେଷ / ମୁନସିପାଲ ପ୍ରିମିୟର ଲିଗ ଆୱାର୍ଡ ପାଇଲେ କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ

ମୁନସିପାଲ ପ୍ରିମିୟର ଲିଗ ଆୱାର୍ଡ ପାଇଲେ କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ

କେନ୍ଦ୍ରାପଡ଼ା,୨୫/୦୯/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏମପିଏଲ- ୧-୦ ଓ ଏମପିଏଲ – ୨-୦ କୁ  ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କଠିନ ପରିଶ୍ରମ କରି ସଫଳତାର ସହ ରୂପାୟନ କରିଥିବାରୁ କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ଶନିବାର  ଭୁବନେଶ୍ୱରସ୍ଥିତ  ଲୋକସେବା ଭବନର କନଭେନସନ ସେରରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ବିଭାଗ ପକ୍ଷରୁ ଏକ ଟ୍ରଫି ଓ ମେମେଂଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟର ପୌରନିଗମ ସମେତ ବିଭିନ୍ନ ପୌରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ଏହି ଆୱାର୍ଡ ପ୍ରଦାନ କରାଯାଇଛି  । ପୌରସଂସ୍ଥା ଗୁଡିକ ସମ୍ପତି କର ବୃଦ୍ଧି କରିବା ସହ ଆଦାୟ କରର ଡିଜିଟାଇଜେସନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୬ ଟି ଗେଟ୍ ଖୋଲାଯାଇଛି। ଆଜି ସକାଳେ ୪ଟି ଗେଟ ଖୋଲିଥିଲା …

Leave a Reply

Your email address will not be published.