Saturday , December 4 2021
Home / ବିଶେଷ / ମହାନଦୀରୁ ଉଦ୍ଧାର ଶଵ ନିଖୋଜ ଓଡ୍ରାଫ୍ ଜଵାନଙ୍କର ନୁହେଁ,ସାନ ମୁଣ୍ଡୁଳିରେ ଦନ୍ତା ହାତୀଙ୍କ ଆତଙ୍କରାଜ,ଜଣେ ମୃତ

ମହାନଦୀରୁ ଉଦ୍ଧାର ଶଵ ନିଖୋଜ ଓଡ୍ରାଫ୍ ଜଵାନଙ୍କର ନୁହେଁ,ସାନ ମୁଣ୍ଡୁଳିରେ ଦନ୍ତା ହାତୀଙ୍କ ଆତଙ୍କରାଜ,ଜଣେ ମୃତ

 କଟକ ସଦର, ୨୫/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଗତକାଲି ପ୍ରଳୟପ୍ରୟୋଧି ଜଳରୁ ଗଜ ଉଦ୍ଧାରଣ ପାଇଁ ଯାଇଥିବା ଉଦ୍ଧାରକାରୀ ଦଳର ଜନୈକ ଜଵାନ ସୀତାରାମ ମୁର୍ମୁ ଙ୍କର ଏପର୍ୟ୍ୟନ୍ତ ନିଖୋଜର ପତ୍ତା ମିଳିନଥିଵା ଵେଳେ ମୃତ ଦେହ ମିଳିଥିବା କୁ ନେଇ ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ ( ଏସଆରସି) ପ୍ରଦୀପ ଜେନାଙ୍କ ଟୁଇଟି ଭ୍ରମ ସୃଷ୍ଟି କରିଥିଲା। ପରିଵାର ଲୋକେ ଶଵ ଚିହ୍ନଟ କରିଵା ପରେ ତାହା ନିଖୋଜ ଜଵାନଙ୍କର ନୁହେଁ ଏବଂ ଉଦ୍ଧାର ଶଵ ଜଣେ ଅଚିହ୍ନା ଲୋକର ହୋଇଥିଵାରୁ ଏସଆରସି ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଜୀଵନରକ୍ଷା ଵୋଟରେ ଉଦ୍ଧାରକାରୀ ଦଳ ଵ୍ୟତିତ ଅନ୍ୟ ବ୍ୟକ୍ତି ଯିଵା ଉପରେ ସ୍ୱତନ୍ତ୍ର ଏସଓପି ଜାରି କରିଵାକୁ ଏସଆରସି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଚିଠି ଲେଖିଥିଵା ଜଣାଯାଇଛି। ଏ ସମ୍ପର୍କରେ ଆଜି ଶନିବାର ‘ ଓଡିଶା ସମାଚାର’ ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା। ସେହିପରି ସାନମୁଣ୍ଡୁଳି ଠାରେ ଫସି ରହିଥିଵା ଦନ୍ତା ହାତୀ ପଲଙ୍କ ଆତଙ୍କରାଜ ଚରମ ସୀମାରେ ପହଞ୍ଚିଛି।ଏଥିରେ ଗତକାଲି ବିଳମ୍ବିତ ରାତିରେ କୈବର୍ତ୍ତ ସାହିର ଜନୈକ ସୁନିଲ କୁମାର ବେହେରାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *