Sunday , October 1 2023
Home / ଶିକ୍ଷା / ମଠକରଗୋଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ – ୬୫ ୟୁନିଟ ରକ୍ତ ସଂଗ୍ରହ

ମଠକରଗୋଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ – ୬୫ ୟୁନିଟ ରକ୍ତ ସଂଗ୍ରହ

ଭୁବନ,୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟସେବ ।ଯୋଜନା,ୟୁଥ ରେଡକ୍ରସ,ବଏଜ ସ୍କାଉଟ ଗାଇଡ ତଥା ଆଭ୍ୟନ୍ତରୀଣ ଗୁଣବତା ପ୍ରକୋଷ୍ଠ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଟିିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତରଂଜନ ଦାଶ କାର୍ଯ୍ୟକ୍ରମ କୁ ଉଦଘାଟନ କରିବାସହ ରକ୍ତଦାତାମାନଙ୍କୁ ଉତ୍ସାହିତ ଓ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ ଶିବିରରେ ସମୁଦାୟ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଓଡ଼ିଶା ରକ୍ତକେନ୍ଦ୍ର ,ଢେଙ୍କାନାଳ ର ଡା.ଜୟ ନାରାୟଣ ପାଡୀ,ଟେକ୍ନିସିଆନ ଭିମସେନ ବେହେରା,ପରମାନନ୍ଦ ପଣ୍ଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଯୁକ୍ତ ତିନି ଜାତୀୟ ସେବାଯୋଜନା (ପୁରୁଷ) ଅଧିକାରୀ ଅଧ୍ୟାପକ ସୁରେନ୍ଦ୍ରକୁମାର ସିଂ,ଅଧିକାରିଣୀ ଅଧ୍ୟାପିକା ଶ୍ରୀଲେଖା ରାୟ,ଯୁବରେଡକ୍ରସ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ କୁମାରମିଶ୍ର,ବଏଜ ସ୍କାଉଟ ଗାଇଡ ଅଧିକାରୀ ଲଳିତ କୁମାର ବେହେରା,ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଓ ଆଭ୍ୟନ୍ତରୀଣ ଗୁଣବତା ପ୍ରକୋଷ୍ଠସଂଯୋଜକ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ନବ କିଶୋର ସୀ,ରଶ୍ମିରଂଜନ ମହାପାତ୍ର, ହିମାଂଶୁ ସ୍ୱରାଜ ମହନ୍ତ,ଅନିଲ ଜେନା,ପ୍ରବୀର ବିଶ୍ୱାଳ,ଡମ୍ବରୁଧର ମହନ୍ତ, ଅର୍ଚ୍ଚିତା ମହାନ ସିଂ,ଶ୍ରଦ୍ଧାଞ୍ଜଳି ସ୍ୱାଇଁ,ଅଧ୍ୟାପିକା ସ୍ୱପ୍ନିତା ରାଉତ,ଦିପ୍ତୀମୟୀ ସାହୁ,ଶୁଭଶ୍ରୀ ଶୁଭସ୍ମିତା ସାମଲ,ରଶ୍ମିତା ଖୁଂଟିଆ, ଶୁଭେନ୍ଦୁ ପରିଡା, ଫକିର ମୋହନ ଲେଙ୍କା,ସନ୍ତୋଷ କୁମାର ଲେଙ୍କା,ଗିତାଞ୍ଜଳି ଦେଇ,ମଂଜୁବାଳା ଲେଙ୍କା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *