Tuesday , October 19 2021
Breaking News
Home / ତାଜା ଖବର / ବାରୁଆଁ ସମିତି ସଭ୍ୟଙ୍କୁ ଗୁଳିମାଡ଼ କରି ହତ୍ୟା

ବାରୁଆଁ ସମିତି ସଭ୍ୟଙ୍କୁ ଗୁଳିମାଡ଼ କରି ହତ୍ୟା

ଢ଼େଙ୍କାନାଳ,୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଢ଼େଙ୍କାନାଳ ଜିଲା ବାରୁଆଁ ସମିତି ସଭ୍ୟ ତଥା ସରପଂଚ ଙ୍କ ସ୍ୱାମୀ ଶ୍ରୀ ଦୀପକ କୁମାର ମହନ୍ତଙ୍କୁ ଗୁଳିମାଡ଼ କରି ହତ୍ୟା କରାଯାଇଛି । ବିଳମ୍ବିତ ରାତିରେ କାର ରେ ସେ ଘରକୁ ଫେରୁଥିବାବେଳେ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ପଣ୍ଡୁଆ ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଜାମୁଝରା ଛକ ନିକଟରେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ମଧ୍ୟ ରାତ୍ରିରେ ସେ ଓଡ଼ି୦୨ଏଏନ୍ ୦୧୨୩ କାର ନେଇ ଯାଉଥିବା ସମୟରେ ଦୁର୍ବୁତଙ୍କ ଦ୍ବାରା ଗୁଳିମାଡ଼ ର ଶିକାର ହୋଇଛନ୍ତି। ୬ ରାଉଣ୍ଡ ଗୁଳିମାଡ଼ କରାଯାଇଥିବା ଜଣାଯାଇଛି । ଗୁଳିକାଣ୍ଡର ପଛରେ ପୂର୍ବ ଶତ୍ରୁତା ଅନୁମାନ କରାଯାଉଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ମୃତ ଦୀପକ ଙ୍କ ପତ୍ନୀ ସରପଞ୍ଚ ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

କନ୍ଦରପୁର ଥାନା ପୋଲିସ୍ ର ଏନକାଉଣ୍ଟର୍ – ଦୁର୍ଦ୍ଧାନ୍ତ ଅପରାଧୀ ରାକା ଆହତ , ବନ୍ଧୁକ, ଗୁଳି ଜବତ

କଟକ /କଟକ ସଦର, ୧୬/୧୦/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ ଓ ଵିଷ୍ଣୁ ବେହେରା): କମିଶନରେଟ୍ ପୋଲିସ ଅଧିନସ୍ଥ କନ୍ଦରପୁର ଥାନା …

Leave a Reply

Your email address will not be published. Required fields are marked *