Tuesday , October 19 2021
Breaking News
Home / ବିଶେଷ / ବାରୁଆଁ ସମିତି ସଭ୍ୟଙ୍କୁ ଗୁଳିମାଡ଼ କରି ହତ୍ୟା କରିବା ଘଟଣାରେ ୬ ଅଟକ

ବାରୁଆଁ ସମିତି ସଭ୍ୟଙ୍କୁ ଗୁଳିମାଡ଼ କରି ହତ୍ୟା କରିବା ଘଟଣାରେ ୬ ଅଟକ

ଢ଼େଙ୍କାନାଳ,୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଢ଼େଙ୍କାନାଳ ଜିଲା ବାରୁଆଁ ସମିତି ସଭ୍ୟ ତଥା ସରପଂଚ ଙ୍କ ସ୍ୱାମୀ ଶ୍ରୀ ଦୀପକ କୁମାର ମହନ୍ତଙ୍କୁ ଗୁଳିମାଡ଼ କରି ହତ୍ୟା କରାଯାଇଛି । ବିଳମ୍ବିତ ରାତିରେ କାର ରେ ସେ ଘରକୁ ଫେରୁଥିବାବେଳେ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ପଣ୍ଡୁଆ ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଜାମୁଝରା ଛକ ନିକଟରେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଗତକାଲି ରାତିରେ ସେ ଘରେ ଥିଲେ । ଏକ ଫୋନ୍ କଲ ପାଇ ସେ ଇଛବତିପୁର ଫାର୍ମ ହାଉସ କୁ ଯାଇଥିଲେ ହେଲେ ଆଊ ଘରକୁ ଫେୀତନଥିଲେ । ଆଜି ଭୋର ସମୟରେ ଜାମୁଝରା ଛକ ନିକଟରେ ନିଜ କାର ନଂ ଓଡ଼ି୦୨ଏଏନ୍ ୦୧୨୩ ରେ ଆଚତ ବସ୍ଥାରେ ଥିବା ଦେଖାଯାଇଥିଲା । ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନିଆଯାଇଥିଲା ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଦୀପକଙ୍କ ବାପା ସରପଂଚ ଥିଲେ । ତାଙ୍କ ପତ୍ନୀ ମଧ୍ୟ ୨ ଥର ସରପଂଚ ହୋଇଥିବାବେଳେ ସେ ସମିତି ସଭ୍ୟ ଥିଲେ । ବାଲିଘାଟ ନିଲାମ ଓ ମାଇନିଙ୍ଗ ନେଇ ଶତୃତା ଥିଲା । ଦୁର୍ବୃତମାନେ ତାଙ୍କୁ ୬ ରାଉଣ୍ଡ ଗୁଳି କରିଛନ୍ତି । ଟାଉନଥାନା ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଓଡ଼ିଶା ସମାଚାର

About admin

Check Also

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି …

Leave a Reply

Your email address will not be published. Required fields are marked *