ଭୁବନ,୨୫/୦୯/୨୦୨୧(ଓଡ଼ିଶା ସମାଚାର)-ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଜାତୀୟସେବା ଯୋଜନାର ପ୍ରତିଷ୍ଠା ଦିବସ କୋଭିଡ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହିଦ ବାଜିରାଉତ ଓ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯିବାସହ କଲେଜ ପରିସରରେ ସଫେଇ କାର୍ଯ୍ୟ ଏବଂ ବୃକ୍ଷରୋପଣ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଛ୍ସବରେ ବରିଷ୍ଠ ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର,ପ୍ରୋଗ୍ରାମ ଅଫିସର ହୃଦାନନ୍ଦ ବେହେରା,ସୁକାନ୍ତ କୁମାର ସାହୁ,ଅଧ୍ୟାପିକା ଡଃ ଶ୍ରାବଣୀ ଅଳପନା, କରୁଣାକର ରାଉଳ, ଗ୍ରନ୍ଥାଗାରୀକ ନନ୍ଦ କିଶୋର ଧୀର, ମୁଖ୍ୟକିରାଣୀ କୈଳାସଚନ୍ଦ୍ର ବେହେରା,ହିସାବ ରକ୍ଷକ ଶ୍ରୀବତ୍ସ ଥାଟୋଇ, ଶିଶିର କୁମାର ସାହୁ,ରଂଜନ ବାରିକ ପ୍ରମୁଖ ଉପସ୍ଥିତରହି ଜାତୀୟସେବା ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର