Tuesday , October 19 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ଇଫକୋ ରେ ଜାତୀୟ ସମବାୟ ସମ୍ମିଳନୀ

ପାରାଦୀପ ଇଫକୋ ରେ ଜାତୀୟ ସମବାୟ ସମ୍ମିଳନୀ

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଙ୍କ ସାହକର ସେ ସମ୍ରିଦ୍ଧି ଅଭିଯାନ ଅନ୍ତର୍ଗତ ଭାରତ ର ପ୍ରଥମ ଜାତୀୟ ସମବାୟ ସମ୍ମିଳନୀ ନୂଆଦିଲ୍ଲୀ ଠାରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଗୃହ ସମବାୟ ମନ୍ତ୍ରୀ ଅମିତ ଶାହା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ  ଯୋଗ ଦେଇ ସମ୍ମିଳନୀ କୁ ଉଦ୍ଘାଟନ କରି ସାହକର ସେ ସମ୍ରିଦ୍ଧି ଅଭିଯାନ ସମ୍ପର୍କ ରେ ମତାମତ ଉପସ୍ଥାପନ ଥିଲେ । ଏହି କାର୍ଯ୍ୟକ୍ରମ ଇଫକୋ ପାରାଦୀପ ୟୁନିଟ୍ ରେ ସିଧା ପ୍ରସାରଣ କରାଯାଇଥିଲା । ଆଖପାଖ ତଥା ଓଡିଶା ର ବିଭିନ୍ନ ଜିଲ୍ଲା ରେ କୃଷକ ଓ ଇଫକୋ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଇଫକୋ ର ପରିଚାଳନା  ନିର୍ଦ୍ଧେଶକ ଡ.ୟୁ.ଏସ୍.ଅଗସ୍ତି   ନିଜ ବକ୍ତବ୍ୟ ରେ କୃଷକ ସମବାୟ ର ଉପକାରିତା ସମ୍ପର୍କ ରେ ମତ ବ୍ୟକ୍ତ କରିବା ସହ ମୁଖ୍ୟ ଅତିଥି ଏବଂ ଉପସ୍ଥିତ ସରକାରୀ ସହଯୋଗ ପାଇଁ ଶ୍ରୀ ଶାହା  ଙ୍କୁ ସାଧୁବାଦ ଜଣାଇଥିଲେ । ତେବେ ଏହି ଅବସରରେ ପାରଦୀପ ଇଫକୋ ୟୁନିଟ୍ ପକ୍ଷରୁ ଆୟୋଜି କାର୍ଯ୍ୟକ୍ରମ କୁ ପାରଦୀପ ୟୁନିଟ୍ ର ଜି.ଏମ୍.(ରକ୍ଷଣା ବେକ୍ଷଣ ଓ ଉପଯୋଗିତା) ଏସ୍.ଡି. ଶର୍ମା ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଇଫକୋ ର ସମସ୍ତ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅଧିକାରୀ ସଂଘ ର ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ନେଇ ଇଫକୋ ପକ୍ଷରୁ ପ୍ରେସ୍ ଇସ୍ତାହାର ରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

ପାରାଦୀପରେ ଓରଟେଲ୍ ସେବା ବିପର୍ଯ୍ୟସ୍ତ-  ମାସିକ ଟଙ୍କା ଦେଇବି ପାଉନାହାନ୍ତି ଉଚିତ୍ ସେବା   

ପାରାଦୀପ ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବିଭିନ୍ନ ସହରରେ କେବୁଲ୍ ସେବା ଯୋଗାଉଥିବା ଓରଟେଲ୍ କମୁନିକେସନ୍ ପାରାଦୀପ ସହରରେ ସେବା ଯୋଗାଇ …

Leave a Reply

Your email address will not be published. Required fields are marked *