କଟକ ସଦର, ୨୫/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଗତକାଲି ଶୁକ୍ରବାର ମହାନଦୀର ମୁଣ୍ଡୁଳି ଆନିକଟ ତଳେ ଫସି ରହିଥିଵା ଏକ ଦନ୍ତାହାତୀ କୁ ଉଦ୍ଧାର କରିଵା ସମୟରେ ଜୀଵନରକ୍ଷାକାରୀ ଵୁଡିଯିଵା ଫଳରେ ଜଣେ ସାମ୍ବାଦିକ ଙ୍କ ମୃତ୍ୟୁ ହୋଇଥିଵା ଵେଳେ ଅନ୍ୟ ଜଣେ ଓଡ୍ରାଫ୍ ଜଵାନ ନିଖୋଜ ହୋଇଯାଇଥିଲେ।ଗତ କାଲି ଠାରୁ ତାଙ୍କୁ ଅନେକ ଟିମ୍ ମହାନଦୀର ବିଭିନ୍ନ ସ୍ଥାନରେ ଖୋଜିଵାରେ ଲାଗିଥିଵା ଵେଳେ ଆଜି ଶନିବାର ସଂଧ୍ୟାରେ ନିଖୋଜ ଜଵାନ ସୀତାରାମ ମୁର୍ମୁ ଙ୍କର ମୃତ ଦେହ କଖଡି ମହାନଦୀ ପଠାରୁ ମିଳିଥିବା ଜଣାପଡିଛି।ଗଜ ଉଦ୍ଧାରଣ ନହୋଇ ଗଜଟି ଵିଚାରା ମରିଯାଇଥିଵା ଅସମର୍ଥିତ ଭାଵେ ଜଣା ପଡ଼ିଥିବା ଵେଳେ ଵନ ଵିଭାଗ ଘଟଣାକୁ ଲୁଚାଉଥିଵା ଅଭିଯୋଗ ହେଉଛି।ଏକ ପଠାରେ ଲାଗିଥିଵା ହାତୀର ମୃତ ଶରୀରକୁ ଡଙ୍ଗାରେ ଯାଇ ପୋଷ୍ଟମର୍ଟମ କରାଯାଇଥିଵା କଥା ଜନୈକ ଅଧିକାରୀ ନାମ ପ୍ରକାଶ ନକରିଵାକୁ ଅନୁରୋଧ କରି କହିଛନ୍ତି।ତେଵେ ତଥ୍ୟ କାହିଁକି ଲୁଚାଯାଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶା ସମାଚାର