କେନ୍ଦ୍ରାପଡ଼ା,୨୫/୦୯/୨୦୨୧(ଓଡ଼ିଶା ସମାଚାର)-ଚାଷୀ ଶ୍ରମିକ ସଂଘ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଲଘୁଚାପ ବର୍ଷାରେ କେନ୍ଦ୍ରାପଡା ବ୍ଲକର ବିଶେଷ ଭାବରେ ପ୍ରଭାବିତ ହୋଇଥିବା ଧାନଚାଷ, ଭାଙ୍ଗିଥିବା କଚ୍ଚାଘର ଓ ଗୋରୁ ଗୁହାଳ ଗୁଡିକର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଲୋକମାନଙ୍କୁ ଆପତକାଳୀନ ସରକାରୀ ସହାୟତା ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଧାନ ଫସଲ ଏବେ ମଧ୍ୟ ପାଣିରେ ବୁଡି ରହିଥିବାରୁ ତାହା ନଷ୍ଟ ହୋଇଯିବାର ସମ୍ଭାବନା ଦେଖାଦେଇଛି । ପାଟନାଳି ଗୁଡିକର ଜଳ ଗୋବରୀ ନଦୀକୁ ନିଷ୍କାସିତ ନହେବା ଏବଂ ଜଳନିଷ୍କାସନ ପଥ ବିଭିନ୍ନ ସ୍ଥାନରେ ଅବରୋଧ ହେବା ଯୋଗୁଁ ଚାଷଜମିରୁ ଜଳ ନିଷ୍କାସିତ ନହୋଇ ଫସଲ ନଷ୍ଟ ହେଉଛି । କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଜମଧର ପଂଚାୟତର ପଣ୍ଡିରୀ, ଜୁଇଦାସପୁର. କଶୋଟି, ଇଡିଆଳି, ଜଂଟିଲୋ, ସାନଗାଁ, ଜମଧର, ବଳଭଦ୍ରପୁର, ଶ୍ୟାମସୁନ୍ଦରପୁର ପଂଚାୟତର ମରଡପୁର, ହଲପୁର, ନାନକାର, ଦୁତିଆଳ, ଚକ୍ରୋଡା ପଂଚାୟତ ମାଗୁରଗଣ୍ଡପାଟଣା, ତରାପୁର, କପାଳେଶ୍ୱର, ବସପୁର ଓ ଗୁଲନଗର ପଂଚାୟତର, ଓସ୍ତପୁରପୁର ପଂଚାୟତର ଦେପୁର, ନାଗପୁର, ସାରଙ୍ଗ, ବାରୁଅ ପଂଚାୟତର ଘିଗିଡିଆ, କଳାମାଟିଆ, କଂସାର ପଂଚାୟତର ଏଣ୍ଡର, ଫୋରଡ, ନିକିରାଇ, ଇନ୍ଦୁପୁର ଓ ବାରିମୂଳ ଅଂଚଳର ବିସ୍ତିର୍ଣ୍ଣ ଧାନ ଫସଲ ଜଳମଗ୍ନ ହୋଇ ରହିଥିବରୁ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି । ଏହିସବୁ ଅଂଚଳର ବିଭିନ୍ନ ସ୍ଥାନରେ ଚାଳଛପର,କଚ୍ଚାଘର ଭାଙ୍ଗିଯିବା ସହିତ ମାଟିକାନ୍ଥ ପଡିଯାଇଛି । ଛେଳି, ମେଣ୍ଡ ଏବଂ ଗୋରୁ ଗୁହାଳ ଗୁଡିକ ସଂପୂର୍ଣ୍ଣ ବା ଆଂଶିକ ଭାଙ୍ଗିଯାଇଛି । ପ୍ରଶାସନ ପକ୍ଷରୁ ଏହି ସବୁ ପ୍ରଭାବିତ ଅଂଚଳର ସଠିକ ଭାବରେ କ୍ଷୟକ୍ଷତି ଆକଳ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଧାନ ପାଇଁ ଚାଷୀ ଶ୍ରମିକ ସଂଘ ସଭାପତି ପଣ୍ଡିତ ଶରତ ମିଶ୍ର, ପ୍ରହଲ୍ଲାଦ ଦାସ, ଭାସ୍କର ବିଶ୍ୱାଳ, ଅରୁଣ କୁମାର ରାଉତ, ରାଜକିଶୋର ବିଶ୍ୱାଳ, ସୁବାଷ ସାହୁ, ରମାକାନ୍ତ ରାଉତ, ଅମୀୟ ବାରିକ୍, ବୈଲୋଚନ୍ୟ ବିଶ୍ୱାଳ, ଗୋପାଳ ନାଥ, ଯୋଗେନ୍ଦ୍ର ନାଥ ବିଶ୍ୱାଳ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର