Sunday , October 17 2021
Breaking News
Home / ବିଶେଷ / ଗଜରାଜ ତ ଉଦ୍ଧାର ହୋଇପାରିଲେ ନାହିଁ,ହେଲେ ଅକାଳରେ ଚାଲିଗଲା ଦୁଇଟି ଅମୂଲ୍ୟ ଜୀଵନ, ଓଡ୍ରାଫ୍ ର କାର୍ୟ୍ୟଦକ୍ଷତା ଉପରେ ଉଠିଲା ଆଙ୍ଗୁଳି

ଗଜରାଜ ତ ଉଦ୍ଧାର ହୋଇପାରିଲେ ନାହିଁ,ହେଲେ ଅକାଳରେ ଚାଲିଗଲା ଦୁଇଟି ଅମୂଲ୍ୟ ଜୀଵନ, ଓଡ୍ରାଫ୍ ର କାର୍ୟ୍ୟଦକ୍ଷତା ଉପରେ ଉଠିଲା ଆଙ୍ଗୁଳି

କଟକ ସଦର, ୨୫/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ମହାନଦୀର ମୁଣ୍ଡୁଳି ଵ୍ୟାରେଜ୍ ନିକଟରେ ଫସି ରହିଥିଵା ଏକ ଛୁଆ  ହାତୀକୁ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଵାରେ ଵିଫଳ ହୋଇଥିଵା ବେଳେ ଘୋର ଜଳାୁ  ଗଜରାଜ ତ ଉଦ୍ଧାର ହୋଇପାରିଲା ନାହିଁ ହେଲେ ଅକାଳରେ ଝରି ଗଲା ଦୁଇ ଦୁଇଟି ଅମୂଲ୍ୟ ଜୀବନ। ଏଥିରେ ଗଜରାଜ ଅପରେସନ୍ ଵିଫଳ ହୋଇଥିଲା ଵେଳେ ଵିଚାରା ଜୀଵନ ଵଞ୍ଚାଇଵାକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ କାଳ ଅପେକ୍ଷା କରି ଶେଷରେ ହାତୀଟିର ଶୁକ୍ରଵାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ଶନିଵାର ସକାଳୁ ଵନ ଵିଭାଗର ଅସମର୍ଥିତ ଖଵରରୁ ଜଣାପଡିଛି।ହେଲେ ଏଭଳି ଏକ ଛୋଟିଆ କାର୍ୟ୍ୟ ପାଇଁ ଓଡ୍ରାଫ୍ ଟିମ୍ ର କାର୍ୟ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଠିଆ କରିଛି । ଗୋଟିଏ ଲାଇଫ୍ ଵୋଟରେ ଏକାଧିକ ବ୍ୟକ୍ତି ଯିଵା ଏବଂ ତାଙ୍କ ପଛରେ ତାଙ୍କ ସୁରକ୍ଷା ପାଇଁ ଅନ୍ୟ ଵୋଟ୍ ନଯିଵା ଏହା କାର୍ୟ୍ୟ ସଇଳିକୁ ଭିନ୍ନ ଦିଗ ଆଡକୁ ନେଉଥିବା ଅଭିଯୋଗ ହେଉଛି।ସେଥି୍ରେ ଅନ୍ୟ ଵହୁ ସାମ୍ବାଦିକ ଥାଉଁ ଥାଉଁ ଜଣେ ଓଟିଭି ର ସାମ୍ବାଦିକ ଙ୍କୁ ଅପରେସନ୍ ଲାଇଫ୍ ଵୋଟ୍ ରେ ଯିବାପାଇଁ କାହାର ଅନୁମତି ଥିଲା , ତାହାର ତଦନ୍ତ ହେଵାର ଆବଶ୍ୟକତା ରହିଛି । ଏପଟେ ଓଟିଭି ସାମ୍ବାଦିକ ଅରିନ୍ଦମ୍ ଦାସଙ୍କର ମୃତ୍ୟୁ ଘଟି ସାରିଥିଵା ଵେଳେ ଅନ୍ୟ ଜଣେ ଓଡ୍ରାଫ୍ ଟିମ୍ ର ସିପାହୀ ସୀତାରାମ ମୁର୍ମୁ ଙ୍କର ଶନିଵାନ ସକାଳ ସୁଦ୍ଧା ପତ୍ତା ମିଳିପାରି ନାହିଁ।ସେପଟେ ସାନ ମଣ୍ଡୁଳି ନିକଟରେ ଥିଵା ଏକ ପରିତ୍ୟକ୍ତ ପୋଖରୀରେ ଫସି ରହିଥିଵା ୭ ଗୋଟି ଦନ୍ତା ହାତୀ ପଲଙ୍କୁ ଉଦ୍ଧାର କରି ଵନକୁ ଛଡ଼ା ଯିଵା ପାଇଁ ଉଦ୍ୟମ ଜାରି ରହିଥିଵା ଜଣା ପଡ଼ିଛି। ଏସସିଵିରେ ଚିକିତ୍ସାଧିନ ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଙ୍କ ସମେତ ଅନ୍ୟ ଓଡ୍ରାଫ୍ ଟିମ୍ ସଦସ୍ୟ ସୁସ୍ଥ ଆଡକୁ ଅଗ୍ରଗତି କରୁଥିବା ସବିଶେଷ ଖଵରରୁ ଜଣାପଡିଥିଵା ଵେଳେ ସମସ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *