କଟକ ସଦର, ୨୫/୦୯/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପାର୍ଵଣରେ ମୂର୍ତ୍ତି ଉଚ୍ଚତା କମ୍ ଓ ପରଦା କଟକଣା ସହ ସରକାରଙ୍କ ଅନ୍ୟାନ୍ୟ ଅଗଷ୍ଟ ୯ ର ଏସଓପିକୁ ହାଇକୋର୍ଟ କାଏମ୍ ରଖିଵା ପରେ ଏହାକୁ କଟକିଆ ମାନିନେଇ କାର୍ଯ୍ୟ ଆରମ୍ଭ କରିଦେଇଥିଵା ଵେଳେ ଏଵେ ପୁଣି ଏ ସମ୍ପର୍କରେ ଵିଵାଦ ମୁଣ୍ଡ ଟେକିଛି। କଟକଣା ଯୋଗୁ ଜୀବିକା ପ୍ରଭାବିତ ହେଉଥିବା ଦର୍ଶାଇ ମୂର୍ତ୍ତି ର ଉଚ୍ଚତା ବୃଦ୍ଧି,ପରଦା ହଟାଇଵା, ସାଜସଜା, ଵାଜାଵାଜି, ଗହଳି ଚହଳି ଉପରୁ ଏସଓପି ହଟାଇବାକୁ କଟକର ବିଭିନ୍ନ ଶିଳ୍ପୀ ସଂଘ, ସାମାଜିକ ଅନୁଷ୍ଠାନ ଓ ପୂଜା ମଣ୍ଡପର କର୍ମକର୍ତ୍ତା ଙ୍କ ପକ୍ଷରୁ ରାଜ୍ୟ ମୂଖ୍ୟ ଶାସନ ସଚିଵ ଓ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ଙ୍କୁ ପକ୍ଷଭୁକ୍ତ କରି ଓଡିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ଜଣାପଡିଛି। ଆବେଦନ କାରୀଙ୍କ ପକ୍ଷରୁ ଓକିଲ ଅଭିଜିତ ପତି ମାମଲା ପରିଚାଳନା କରୁଛନ୍ତି।ଆଗକୁ ଉଚ୍ଚ ଅଦାଲତଙ୍କ କ’ଣ ରାୟ ଆସୁଛି ତାକୁ ନେଇ ଅପେକ୍ଷା ରହିଛି। ଓଡ଼ିଶା ସମାଚାର