ପାରାଦୀପ କାର୍ଯ୍ୟରତ ସାମ୍ବାଦିକଙ୍କ କ୍ୟାଣ୍ଡେଲ ରାଲି
ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- କଟକ ମହାନଦୀ ମୁଣ୍ଡଳି ବ୍ୟାରେଜ ଠାରେ ପ୍ରଖର ଶ୍ରୋତରେ ଫସି ଯାଇଥିବା ଦନ୍ତା ହାତୀ କୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ ଟିମ୍ ର ଏକ ବୋଟ୍ ଓଲଟି ପଡିଥିଲା । ଏହି ବୋଟ୍ ରେ ଥିବା ୭ଜଣଙ୍କ ମଧ୍ୟ ରୁ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ଏବଂ ସେଥି ମଧ୍ୟ ରୁ ଏକ ବୈଦ୍ୟୁତିକ ଗଚ୍ଚମାଧ୍ୟମ ର ଦୁସାହସିକ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ମୃତ୍ୟୁ ହୋଇଥିବା ଖବର ସାରା ରାଜ୍ୟବାସୀ ଓ ସାମ୍ବାଦିକ ମହଲ ରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି । ଏନେଇ ପାରାଦୀପ ର କାର୍ଯ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହିତ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ସ୍ଥାନୀୟ ବଡପଡିଆ ମାର୍କେଟସ୍ଥିତ ଦୂର୍ଗା ମଣ୍ଡପ ସମ୍ମୁଖ ରୁ ୫୦ରୁ ଉର୍ଦ୍ଧ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ମାଆ ଶାରଳା ଙ୍କ ମନ୍ଦିର ରେ ପହଂଚିଥିଲା । ମନ୍ଦିର ରେ ସ୍ୱର୍ଗତ ଦାସ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜଳନ କରି ଅଶ୍ରୁଳ ଶ୍ରଦ୍ଧାଂଜଳୀ ଅର୍ପଣ କରିବା ସହିତ ଅନ୍ୟ ଗୁରୁତ୍ୱର ମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଶେଷ ରେ ଅରିନ୍ଦମ ଙ୍କ ଅନର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଶୁକଦେବ ଜେନା, ସୁଧୀର ରଞ୍ଜନ ଦାଶ, ଶଶାଙ୍କ ଆଚାର୍ଯ୍ୟ, ସଞ୍ଜୟ ମିଶ୍ର, ରାକେଶ ପଟ୍ଟନାୟକ, ରତ୍ନାକର ଜେନା,ଦୀପକ ଦାସ,ଜଗନ୍ନାଥ ଶତପଥି, ଜ୍ଞାନରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର