Saturday , October 16 2021
Breaking News
Home / ବିଶେଷ / ମୁନସିପାଲ ପ୍ରିମିୟର ଲିଗ ଆୱାର୍ଡ ପାଇବେ କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ

ମୁନସିପାଲ ପ୍ରିମିୟର ଲିଗ ଆୱାର୍ଡ ପାଇବେ କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ

କେନ୍ଦ୍ରାପଡ଼ା, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏମପିଏଲ- ୧-୦ ଓ ଏମପିଏଲ – ୨-୦ କୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କଠିନ ପରିଶ୍ରମ କରି ସଫଳତାର ସହ ରୂପାୟନ କରିଥିବାରୁ ରାଜ୍ୟର ପୌରନିଗମ ଗୁଡିକ ସମେତ ବିଭିନ୍ନ ପୌରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ଚଳିତମାସ ୨୫ତାରିଖ ଶନିବାର ପୂର୍ବାହ୍ନ ୧୦ଟା ସମୟରେ ଭୂବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଂଟରରେ ମୁନସିପାଲ ପ୍ରିମିୟର ଲିଗ ଆୱାର୍ଡ ପ୍ରଦାନ କରାଯିବ । ପୌରସଂସ୍ଥା ଗୁଡିକ ସମ୍ପତିି କର ବୃଦ୍ଧି କରିବା ସହ ଆଦାୟ କରର ଡିଜିଟାଇଜେସନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଆୱାର୍ଡ ପାଇବାକୁ କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଶ୍ରୀ ବଳଙ୍କୁ ବିଭାଗ ପକ୍ଷରୁ ପୁରସ୍କାର ବୀତରଣୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରିତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *