Tuesday , October 3 2023
Breaking News
Home / ରାଜନୀତି / ମିଳିତ ବିରୋଧୀଦଳ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ଭାରତ ବନ୍ଦକୁ ସଫଳ ପାଇଁ ନିବେଦନ

ମିଳିତ ବିରୋଧୀଦଳ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ଭାରତ ବନ୍ଦକୁ ସଫଳ ପାଇଁ ନିବେଦନ

କେନ୍ଦ୍ରାପଡ଼ା, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ମିଳିତ ବିରୋଧୀଦଳ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଆଣିଥିବା ୩ଟି କଳା କୃଷି ଆଇନ ଯଥା କୃଷକ ଓ ଖାଉଟି ବିରୋଧୀ ଆଇନ, ଫସଲର ଉଚିତ ଦାମ ପାଇଁ ନୂଆ ଆଇନ ଆଣିବା , ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ପ୍ରଦାନ, ରାଷ୍ଟ୍ରର ସମ୍ପତିକୁ ଘରୋଇକରଣରୁ ମୁକ୍ତି, ଶ୍ରମିକମାନଙ୍କୁ ନ୍ୟାୟ ଦାବି ଓ କେନ୍ଦ୍ର ସରକାରର କମ୍ପାନୀ ରାଜ ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ସେପ୍ଟେମ୍ବର ୨୭ ଭାରତ ବନ୍ଦକୁ ସମର୍ଥନ କରିବା ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ(ଏମ), ସିପିଆଇ ଓ ସିପିଆଇ(ଏମଏଲ) ଲିବରେସନ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମିଳିତ ଭାବେ ଏକ ପ୍ରେସ ବିଜ୍ଞପ୍ତିରେ ନିବେଦନ କରାଯାଇଛି । ଜିଲ୍ଲାର ସମସ୍ତ ଅଫିସ, ଦୋକାନ ବଜାର, ରାସ୍ତା ଘାଟ, ସ୍କୁଲ କଲେଜ, କୋର୍ଟ କଚେରୀ, ବ୍ୟବସାୟିକ ପ୍ରତିଷ୍ଠାନ ପ୍ରଭୃତି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଓ ଦେବେନ୍ଦ୍ର ଶର୍ମା, ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ଦାସ, ସିପିଆଇ(ଏମ) ପକ୍ଷରୁ ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଉମେଶ ଚନ୍ଦ୍ର ସିଂହ, ବାବାଜୀ ପରିଡା, ଜଗତଜୀବନ ଦାଶ, ସିପିଆଇ ପକ୍ଷରୁ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ବାବାଜୀ ଧଳ ଓ ସିପିଆଇ(ଏମଏଲ) ଲିବରେସନ ପକ୍ଷରୁ ସମ୍ପାଦକ ବିଧାନ ଦାସ ଏବଂ ପ୍ରକାଶ ମଳିକ ପ୍ରମୁଖ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *