Tuesday , October 19 2021
Breaking News
Home / ତାଜା ଖବର / ମଧୁପୁର ଗ୍ରାମରେ ମଦ ମାଫିଆ ଙ୍କ ଦ୍ୱାରା ହତ୍ୟାକାଣ୍ଡ – ପୋଲିସ କବଜା ରେ ଅଭିଯୁକ୍ତ ଦମ୍ପତି

ମଧୁପୁର ଗ୍ରାମରେ ମଦ ମାଫିଆ ଙ୍କ ଦ୍ୱାରା ହତ୍ୟାକାଣ୍ଡ – ପୋଲିସ କବଜା ରେ ଅଭିଯୁକ୍ତ ଦମ୍ପତି

ମାହାଙ୍ଗା, ୨୪/୦୯ /୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ନିଶା କାରବାରକୁ କେନ୍ଦ୍ରକରି ଗାଁରେ ୨ ଗୋଷ୍ଠୀ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିବା କୁହାଯାଉଥିଲା । ହେଲେ ମଦ ମାଫିଆଙ୍କ ଆତଙ୍କରାଜ ପାଇଁ ବଳି ପଡିଲେ ଜଣେ ବୃଦ୍ଧ । ବୃଦ୍ଧ ଜଣଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ମାରିଦେବାକୁ ବି’ ପଛାଇଲେ ନାହିଁ । ଚୋରା ନିଶା କାରବାର ବିରୁଦ୍ଧରେ ମୁହଁ ଖୋଲିବା ତାଙ୍କୁ ପଡିଲା ମହଙ୍ଗା ।
ଘଟଣା ଟି ମାହାଙ୍ଗା ଥାନା ମଧୁପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ହତ୍ୟାକାଣ୍ଡ ପରଠୁ ଅଭିଯୁକ୍ତ ନିଶା ବେପାରୀଙ୍କ ପରିବାର ଗାଁ ରୁ ଫେରାର ହୋଇଯାଇଥିଲେବି ବିଳମ୍ବିତ ରାତିରେ ପୋଲିସ ହାତରେ ଧରାପଡ଼ିଲେ ଅଭିଯୁକ୍ତ ଦମ୍ପତି । ଗାଁରେ ଅନ୍ୟମାନେ ମଦ ବିକୁଛନ୍ତି, ଆମେ ବି ମଦ ବିକ୍ରୀ କରିବୁ । ଆମ ରାସ୍ତାରେ କଣ୍ଟା ହୋଇ ଛିଡା ହେଵତ’ ପୁରା ସଫା କରିଦେବୁ. କେହି ପିଠିରେ ପଡିବେ ନାହିଁ । ଏଭଳି ଧମକ ଚମକ ଦେଇ ଅବାଧରେ ଚୋରା ନିଶା କାରବାର ଚଳାଇ ଆସୁଥିଲେ କୁମୁଡା ଜୟୀପୁର ଫାଣ୍ଡି ଅଂଚଳ ମଧୁପୁର ଗାଁ’ର ରାଜେନ୍ଦ୍ର ବେହେରା ଓରଫ ଚଗଙ୍କ ପରିବାର । ଏହି ବେଆଇନି କାର୍ୟ୍ୟରେ ସହାୟତା ଯୋଗାଉଥିଲେ ପରିବାରର ମହିଳା ସଦସ୍ୟ । କିନ୍ତୁ ଦୁର୍ଭାଗ୍ୟର କଥା ପଡୋଶୀ ଗୟାଧର ବେହେରା ଏମାନଙ୍କ ବିରୁଦ୍ଧରେ ଯାଉଥିବା ସନ୍ଦେହରେ ଗୁରୁବାର ସନ୍ଧ୍ୟାରେ ମଦ ମାଫିଆ ରାଜେନ୍ଦ୍ରଙ୍କ ପକ୍ଷରୁ ଅଚାନକ ଆକ୍ରମଣ ଆରଂଭ ହୋଇଗଲା ।
ଗାଁ ଦାଣ୍ଡରେ ଗୁଡେଇ ତୁଡେଇ ପିଟିଥିଲେ ଗୟାଧରଙ୍କୁ । ଆକ୍ରମଣ ଏତେ ଶକ୍ତ ଥିଲାଯେ’ ଘଟଣାସ୍ଥଳୀରେ ହିଁ ଗୟାଧରଙ୍କ ପ୍ରାଣବାୟୁ ଉଡିଯାଇଥିବା କୁହା ଯାଉଛି । ସ୍ଥାନୀୟ ଲୋକେ ଗୟାଧରଙ୍କୁ ଉଦ୍ଧାରକରି ପ୍ରଥମେ ଜଗନ୍ନାଥପୁର ସରକାରୀ ହସ୍ପିଟାଲ ଏବଂ ସେଠାରୁ ମାହଙ୍ଗା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ । ଉତ୍ତେଜନା ଆଶଙ୍କାକୁ ଏଡ଼ାଇବାକୁ ଗୟାଧର ବେହେରାଙ୍କୁ କଟକ ବଡ ଡାକ୍ତରଖାନାକୁ ଗତ ରାତିରେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାରୀମାନେ ଗତ ରାତିରୁ ଫେରାର ହୋଇଯାଇଥିବା ସୂଚନା ମିଳିଥିଲା । ମାତ୍ର ଏସଡ଼ିପିଓ ପ୍ରଶାନ୍ତ ମାଝୀ ଏବଂ ଆଇଆଇସି ନିହାର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଜୟୀପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ , ମାହାଙ୍ଗା ଥାନାର ମହିଳା ସବଇନ୍ସପେକ୍ଟର ଚିନ୍ମୟୀ କର,ନରେନ୍ଦ୍ର ଖୁଣ୍ଟିଆ, ଅନିଲ ନାୟକ, ପ୍ରମୁଖ ଅଭିଯୁକ୍ତର ଗାଁ ଏବଂ ବିଭିନ୍ନ ସ୍ଥାନରେ ଥିବା ସମ୍ପର୍କୀୟ ମାନଙ୍କଘର ଉପରେ ଚଢ଼ାଉ କରିବା ସହ ତଲାସୀ ଜାରୀ ରଖିଥିଲେ । ଶେଷରେ ଘଟଣା ଦିନ ରାତିରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିଥିଲା । ଅଭିଯୁକ୍ତ ଦମ୍ପତି ରାଜେନ୍ଦ୍ର ଓ କେତକୀଙ୍କୁ ଗିରଫ କରିଛି ପୋଲିସ । ମୃତ୍ୟୁ ଘଟଣାକୁ ନେଇ ଥାନାରେ ଚାଲିଛି ଜେରା ।
କଟକ ବଡ ଡାକ୍ତରଖାନାରେ ପଡିରହିଥିବା ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ, ମୃତକଙ୍କ ପରିବାର ପକ୍ଷରୁ ବିଧିବଦ୍ଧ ଭାବରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବ ଓ ଅପରାଧୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ତେବେ ବିଳମ୍ବିତ ରାତିରେ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହେବା ଜଣାପଡିବା ପରେ, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *