Friday , August 19 2022
Breaking News
Home / ଶିକ୍ଷା / ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥା ଦିବସ ପାଳନ

ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥା ଦିବସ ପାଳନ

ଗରଦପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ( ବିଜୟ ମହାବିଦ୍ୟାଳୟ) ରେ ଉଚ୍ଚ ବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଙ୍କ ସଂଯୋଜନାରେ ଜାତୀୟ ସେବା ସଂସ୍ଥା ର ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସର ମଧ୍ୟରେ କରୋନା କଟକଣା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜାତୀୟ ସେବା ସଂସ୍ଥାର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଭୁତି ଭଊଷଣ ବେଉରା ଓ ଶ୍ରୀଯୁକ୍ତ ପ୍ରବୋଧ ଚନ୍ଦ୍ର ଚକ୍ର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଜାତୀୟ ସେବା ସଂସ୍ଥାର ଗଠନ,କାର୍ଯ୍ୟଧାରା ଓ ଦେଶ ହିତ ନିମନ୍ତେ ଭୂମିକା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଉକ୍ତ ସଭାରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ୨୫ ଜଣ ସ୍ୱେଛାସେବୀ ଅଂଶ ଗ୍ରହଣ କରିଥିଲେ । ତତପରେ ସ୍ୱେଛାସେବୀମାନେ ମହାବିଦ୍ୟାଳୟ ର ପରିସର ସଫେଇ କରିବା ସହିତ ପ୍ରତ୍ୟେକ ଗୋଟିଏ ଲେଖା ବୃକ୍ଷ ରୋପଣ କରିଥିଲେ । ଶେେରେ ଆଗାମୀ ଦିନରେ ଜାତୀୟ ସେବା ସଂସ୍ଥାର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ଜନ ସଚେତନତା ଜାଗ୍ରତ ନିମନ୍ତେ ସାମୂହିକ ଶପଥ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

କଲେଜ ବାଣିଜ୍ୟ ବିଭାଗର ଟପ୍ପର ଶକ୍ତିମୟୀ ଚାଟାର୍ଡ ଆକାଉଂଟାଂଟ ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବାଣିଜ୍ୟ ବିଭାଗ ସମ୍ମାନର ଛାତ୍ରୀ ଶକ୍ତିମୟୀ ପ୍ରଧାନ …

Leave a Reply

Your email address will not be published.