ପାରାଦୀପ ୨୪/୦୯/୨୦୨୧(ଓଡ଼ିଶା ସମାଚାର)- ଶୁକ୍ରବାର ଦିନ କେନ୍ଦ୍ରୀୟ ପୋର୍ଟ ଆଣ୍ଡ ଡକ୍ ଫେଡେରେସନ୍ ତରଫରୁ ବନ୍ଦର ଘରୋଇ କରଣକୁ ବିରୋଧ କରି ପାରାଦୀପ ପ୍ରଶାସନିକ ଭବନ ସମ୍ମୁଖରେ ସର୍ବଭାରତୀୟ ପୋର୍ଟ ଆଣ୍ଡ ଡକ୍ ଫେଡେରେସନ୍ ଡାକରାରେ ଏକ ଘଂଟିିଆ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବନ୍ଦର କର୍ତୃପକ୍ଷଙ୍କୁ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଖବରରୁ ପ୍ରକାଶ ଯେ କେନ୍ଦ୍ର ସରକାରଙ୍କର ଶ୍ରମିକ ବିରୋଧି ତଥା ଜାତୀୟ ସ୍ୱାର୍ଥ ବିରୋଧୀ ନୀତିକୁ ବିରୋଧ କରି ଅନୁବନ୍ଧିତ ପାରାଦୀପ ବନ୍ଦରରେ କାର୍ଯ୍ୟକ୍ଷମ ଶ୍ରମିକ ସଂଗଠନ ମାନଙ୍କ ତରଫରୁ ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ସରକାରଙ୍କର ଏହି ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ଏକ ଘଂଟାର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶା ସମାଚାର