Wednesday , October 20 2021
Breaking News
Home / ବିଶେଷ / ପୋଷଣ ପଂଚାୟତ କାର୍ଯ୍ୟକ୍ରମ 

ପୋଷଣ ପଂଚାୟତ କାର୍ଯ୍ୟକ୍ରମ 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ମାତୃ ଜାତିର ଉନ୍ନତି ବିନା ସମାଜର ଉନ୍ନତି ଅସମ୍ଭବ ବୋଲି ଆଜି ରଘୁନାଥପୁର ସୁଚିତ୍ରା ମଣ୍ଡପରେ ରାଜ୍ୟ ମହିଳା ଆୟୋଗ ଏବଂ ରାଷ୍ଟ୍ରୀୟ ମହିଳା ଆୟୋଗ ଦ୍ୱାରା ଆୟୋଜିତ ପୋଷଣ ପଂଚାୟତ କାର୍ଯ୍ୟକ୍ରମକୁ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡଃ ମୀନତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଥିଲେ ।ସେ ଆହୁରି କହିଲେ ଯେ ମା ମାନେ ସକଳ ଶକ୍ତିର ଆଧାର ।ସେମାନେ ନିଜକୁ ଦୁର୍ବଳ ନଭାବି ସେମାନଙ୍କର ଅଧିକାର ସମ୍ପର୍କରେ ଅବଗତ ହୋଇ ନିଜେ ସୁସ୍ଥ ରହିବା ସହିତ ସେମାନଙ୍କର ଶିଶୁ ମାନଙ୍କୁ ସୁସ୍ଥ ରଖିବାକୁ ଆହ୍ୱାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣମଂଜରୀ ନାୟକ ପୌରହିତ୍ୟ କରି ଜଣେ ସୁସ୍ଥ ମା ଜଣେ ସୁସ୍ଥ ଶିଶୁର ଯତ୍ନ ନେଇପାରିବେ ବୋଲି କହିଥିଲେ । ଏଥିରେ ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନସରିତା ବଳ,ବିଡିଓ ଜିତେନ୍ଦ୍ର କୁମାର ନାୟକ, ସିଡିପିଓ ଜ୍ୟୋସ୍ନାରାଣୀ ମଲ୍ଲିକ, ମେଡିକାଲ ଅଫିସର ଡଃ ବିଭାବସୁ ମଣି, ପୋଷକ ତତ୍ୱବିଧ ଗୀତାଂଜଳି ପ୍ରଧାନ, ପୋଷକ ତତ୍ୱବିଧ ପ୍ରମିଳା ଦାସ, ରଘୁନାଥପୁର ଜ୍ୟୋତି ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଆଚାର୍ଯ୍ୟ, ଡ.ରଶ୍ମୀ, ଜ୍ୟୋତି ମହାସଂଘର ପୂର୍ବତନ ସଭାପତି ଲିଲିପ୍ତା ପଣ୍ଡା, ସମିତିସଭ୍ୟ ମହେମୁଦ ବେଗ୍ ପ୍ରମୁଖ ଯୋଗଦେଇ ନାରୀମାନଙ୍କର ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।ଜ୍ୟୋତି ମହାସଂଘ ପକ୍ଷରୁ ପ୍ରିୟଙ୍କା ମହାପାତ୍ର ସୂଚନା ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *