Tuesday , June 6 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ରେ ଇଲିସି ଦର ଆକାଶ ଛୁଆଁ

ପାରାଦୀପ ରେ ଇଲିସି ଦର ଆକାଶ ଛୁଆଁ

ପାରାଦୀପ ୨୪/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଇଲିସି ର ଚାହିଦା ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ରହିଛି । ପାରାଦୀପ ରୁ ରାଉରକେଲା, ଭୁବନେଶ୍ୱର, ପୁରୀ, କୋଲକତା ଆଦି ସ୍ଥାନ କୁ ଇଲିସି ବୋଝେଇ ଗାଡି ପ୍ରତିଦିନ ଯାଉଥିଲା । ଦିନ ଥିଲା ପାରାଦୀପ ରେ ଇଲିସି ହଳ ୧୦ ଟଙ୍କା ରୁ ୧୦୦ଟଙ୍କା ପର୍ୟ୍ୟନ୍ତ ବିକ୍ରି ହେଉଥିଲା । ହେଲେ ଏବେ ପାରାଦୀପବାସୀ ଙ୍କ ପାଇଁ ଇଲିସି ସାତ ସପନ । ମୁଖ୍ୟତଃ ବର୍ଷା ରୁତୁ ର ଆଗମନ ସମୟ ରେ ନଈ ରୁ ଯାଉଥିବା ମାଟି ମିଶା ପାଣି ର ମହକ ରେ ଆକର୍ଷିତ ହୋଇ ଇଲିସି ଗଭୀର ସମୁଦ୍ର ରୁ ଉପକୂଳ ମୁହାଁ ହୋଇଥାନ୍ତି । ହେଲେ ଗଲା କିଛି ବର୍ଷ ହେବ ପାଣିପାଗ ରେ ପରିବର୍ତନ ଓ ଜଳ ପ୍ରଦୂଷଣ ଯୋଗୁଁ ଇଲିସି ମାନେ ଆଉ ପାରାଦୀପ ସମୁଦ୍ର ଜଳରାଶି ରେ ଦେଖା ଯାଉନାହାନ୍ତି । ପାରାଦୀପ ରେ ଗ୍ରାହକ ଙ୍କ ଚାହିଦା ଦେଖି ମାଛ ବ୍ୟବସାୟୀମାନେ ପଶ୍ଚିମବଙ୍ଗ ଦୀଘା ରୁ ବଡ ବଡ ଗାଡି ରେ ଇଲିସି ଆଣି ବିକ୍ରି କରୁଛନ୍ତି । ଯାହା ର କି ଦର ଆକାଶ ଛୁଆଁ । ଏବେ ପାରଦୀପ ରେ ଇଲିସି କିଲୋ ପ୍ରତି ହଜାରେ ରୁ ଉର୍ଦ୍ଧ ଟଙ୍କା ରେ ବିକ୍ରି ହେଉଛି । ଇଲିସି ଯଦି ଅଧିକ ପରିମାଣ ର ଧରା ହୁଅନ୍ତେ ତେବେ ଦର କମ୍ ରୁହନ୍ତା ବୋଲି ଜନୈକ ମାଛ ବ୍ୟବସାୟୀ କହିଛନ୍ତି । ଆଗରୁ ଅଧିକ ପରିମାଣ ର ମାଛ ଧରା ହେଉଥିଲେ ତେଣୁ ଦର କମ୍ ରହୁଥିଲା । ବିଭିନ୍ନ ସ୍ଥାନ ରୁ ଗ୍ରାହକ ମାନେ ପାରାଦୀପ ଆସି ଇଲିସି କିଣି ନେଉଥିଲେ । ହେଲେ ଏବେ ମାଛ ଧରା ରେ କଟକଣା, ଜଳ ପ୍ରଦୂଷଣ, ବିଶ୍ୱ ତାପମାନ ରେ ବ୍ୟାପକ ଅନିୟମିତତା ଯୋଗୁଁ ମାଛ ବ୍ୟବସାୟ ମାନ୍ଦା ଥିବା ବେଳେ ଏହାର ପ୍ରଭାବ ଇଲିସି ମାଛ ଉତ୍ପାଦନ ଉପରେ ମଧ୍ୟ ପଡିଛି । ଏବେ ଇଲିସି ଦର ଅଧିକ ଥିବା ବେଳେ ଯଦି ଆଗକୁ ଅଧିକ ଇଲିସି ମାଛ ଧରା ହୁଏ ତେବେ ଇଲିସି ଦର କମିବ ବୋଲି ଏହି ମତ୍ସ୍ୟ ବ୍ୟବସାୟୀ ଜଣକ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.