Wednesday , October 20 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ବନ୍ଦର ପକ୍ଷରୁ “ସବୁଜ ଓ ନିରାପଦ ବନ୍ଦର” ୱେବିନାର ଆୟୋଜିତ

ପାରାଦୀପ ବନ୍ଦର ପକ୍ଷରୁ “ସବୁଜ ଓ ନିରାପଦ ବନ୍ଦର” ୱେବିନାର ଆୟୋଜିତ

ପାରାଦୀପ ୨୪/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପକ୍ଷରୁ ଶୁକ୍ରବାର ଦିନ ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ଏବଂ କୋଭିଡ୍-୧୯ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି  ଅନଲାଇନ୍ ମାଧ୍ୟମରେ “ସବୁଜ ଏବଂ ନିରାପଦ ବନ୍ଦର” ଉପରେ ଏକ ୱେବିନାର ଆୟୋଜିତ ହୋଇଯାଇଛି । ଏକ ନିରାପଦ, ସ୍ଥାୟୀ ଏବଂ ସବୁଜ ବନ୍ଦର ପାଣଁ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଧିଷ୍ଟ ଥିଲା । ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ତାଙ୍କ ଉଦ୍ଘାଟନୀ ଭାଷଣରେ ପାରାଦୀପ ବନ୍ଦରକୁ ଏକ ସ୍ଥାୟୀ, ଦକ୍ଷ ଏବଂ ସବୁଜ ବନ୍ଦର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବନ୍ଦର କର୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ସବୁଜ ପଦକ୍ଷେପକୁ ଆଲୋକିତ କରିବା ବ୍ୟତୀତ ଭବିଷ୍ୟତ ପିଢି ପାଇଁ ସ୍ୱଚ୍ଛ ଏବଂ ସବୁଜ ପରିବେଶ ନିଶ୍ଚିତ କରିବାକୁ ଉପାଧ୍ୟକ୍ଷ ଶ୍ରୀ ବୋଷ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ସିଏମ୍ଇ ଏସ୍.କେ.ଦାସ, ଡେପୁଟି ସିଇଇ ଚନ୍ଦନ ପାଣିଗ୍ରାହୀ, ଡେପୁଟି ସିଏମଇ ଦୀପକ ରଥ, ସି.ଇ ମଳୟ ଦାସଗୁପ୍ତା, ପାଇଲଟ କ୍ୟାପ୍ଟେନ ଅମିତ କୁମାର ପ୍ରମୁଖ ଏହି ଆଲୋଚନା ଚକ୍ରରେ ଭାଗ ନେଇ ବନ୍ଦର ନିଷିଦ୍ଧାଂଚଳ ତଥା ସହରରେ ସବୁଜ ପରିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ବନ୍ଦର ବିଦୁ୍ୟତ୍ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପି.ପି.ସାହା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦୀପରେ ଓରଟେଲ୍ ସେବା ବିପର୍ଯ୍ୟସ୍ତ-  ମାସିକ ଟଙ୍କା ଦେଇବି ପାଉନାହାନ୍ତି ଉଚିତ୍ ସେବା   

ପାରାଦୀପ ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବିଭିନ୍ନ ସହରରେ କେବୁଲ୍ ସେବା ଯୋଗାଉଥିବା ଓରଟେଲ୍ କମୁନିକେସନ୍ ପାରାଦୀପ ସହରରେ ସେବା ଯୋଗାଇ …

Leave a Reply

Your email address will not be published. Required fields are marked *